Categories: ଖେଳ

ଶୁବମନ ଗିଲଙ୍କୁ ମିଳିବ ବେଷ୍ଟ କ୍ରିକେଟର ଅଫ ଦ ଇୟର ଆଓ୍ବାର୍ଡ, ସମ୍ମାନୀତ ହେବେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨୩।୧: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ମଙ୍ଗଳବାର ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ସମ୍ମାନିତ କରିବ। ଏହା ବ୍ୟତୀତ ୨୦୨୩ରେ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ଓପନର୍‌ ବ୍ୟାଟ୍ସମ୍ୟାନ ଶୁବମନ ଗିଲଙ୍କୁ ଏକ ବଡ ପୁରସ୍କାର ପ୍ରଦାନ କରାଯିବ।

ଭାରତୀୟ ଦଳର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ବିସିସିଆଇର ‘ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ’ ସମ୍ମାନରେ ସମ୍ମାନିତ କରାଯିବ। ଗତ ବର୍ଷ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଓପନର୍‌ ଶୁବମନ ଗିଲଙ୍କୁ ଶ୍ରେଷ୍ଠ କ୍ରିକେଟର ପୁରସ୍କାର ପ୍ରଦାନ କରାଯିବ। ଗତ ୧୨ ମାସ ମଧ୍ୟରେ ODI ରେ ଶୁବମନ ଗିଲ ପାଞ୍ଚ ଶତକ ସ୍କୋର କରିଥିଲେ। ଏହା ବ୍ୟତୀତ ସେ ୱାନ ଡେ ଇଣ୍ଟରନ୍ୟାସନାଲରେ ଦୁଇ ହଜାର ରନ ସ୍କୋର କରିବାରେ ଦ୍ରୁତତମ ଖେଳାଳି ହୋଇଥିଲେ।
ରବି ଶାସ୍ତ୍ରୀ ଲାଇଟାଇମ ଆଚିଭମେଣ୍ଟ ଆୱାର୍ଡ ପାଇଁ ମନୋନୀତ ହୋଇଥିବାବେଳେ ଶୁବମନ ଗିଲଙ୍କୁ କ୍ରିକେଟର ଅଫ ଦି ଇୟର ପୁରସ୍କାର ପ୍ରଦାନ କରାଯିବ ବୋଲି ବିସିସିଆଇ ଅଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ, ବିସିସିଆଇ ପ୍ରତି ୪ବର୍ଷରେ ଏହାର ଖେଳାଳୀଙ୍କୁ ସମ୍ମାନିତ କରିବାକୁ ଯାଉଛି। ଏହାପୂର୍ବରୁ, ବିସିସିଆଇ ଶେଷ ଥର ପାଇଁ ୨୦୧୯ରେ ଖେଳାଳିଙ୍କୁ ସମ୍ମାନିତ କରିଥିଲା । ବିସିସିଆଇ କାର୍ଯ୍ୟରେ ଉଭୟ ଭାରତ ଏବଂ ଇଂଲଣ୍ଡ ଦଳର ଖେଳାଳି ଉପସ୍ଥିତ ରହିପାରିବେ।

Share