Categories: ଖେଳ

ଶୁବମନ ଆହତ

ନୂଆଦିଲ୍ଲୀ, ୧।୭(ପି.ଟି.)- ଟିମ୍‌ ଇଣ୍ଡିଆ ଓପନର ଶୁବମନ ଗିଲ୍‌ ଆହତ ହୋଇଛନ୍ତି। ତେଣୁ ସେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଖେଳିବା ସମ୍ଭାବନା କମ୍‌। ତାଙ୍କ ଆହତ ସମସ୍ୟା ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇନାହିଁ। ତେବେ ଷ୍ଟାଣ୍ଡବାଇ ଖେଳାଳି ଅଭିମନ୍ୟୁ ଇଶ୍ୱରନଙ୍କୁ ମୁଖ୍ୟ ଦଳରେ ସାମିଲ କରାଯାଇଛି। ”ସିରିଜ ଆରମ୍ଭ ହେବାକୁ ଏକମାସ ବାକିଥିଲେ ହେଁ ଶୁବମନ ଓହରି ଯିବା ସମ୍ଭାବନା ରହିଛି। ତାଙ୍କ ଆହତାବସ୍ଥା ଗୁରୁତର ଥିବା ଜାଣିବାକୁ ମିଳିଛି“ ବୋଲି ଜଣେ ସିନିୟର ବିସିସିଆଇ କର୍ମକର୍ତ୍ତା ପ୍ରକାଶ କରିଛନ୍ତି।

Share