Categories: ଖେଳ

ହୃଦୟ ଜିତିଲେ ଶୁବମନ

ମୁମ୍ବାଇ,୨୭।୧୧: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ୧୫ ବର୍ଷ ପୂରଣ ହୋଇଛି। ୨୦୦୮ରେ ୨୬/୧୧ ଅର୍ଥାତ୍‌ ନଭେମ୍ବର ୨୬ରେ ସେଠାରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥିଲା ଯେଉଁଥିରେ ଅନେକ ସୁରକ୍ଷା କର୍ମୀ ଏବଂ ସାଧାରଣ ଲୋକ ପ୍ରାଣ ହରାଇଥିଲେ। ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏଥିରେ ଭାରତୀୟ କ୍ରିକେଟର ଶୁବମନ ଗିଲ ନଜର ଆସିଛନ୍ତି। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଟିମ ଇଣ୍ଡିଆର ଓପନର୍‌ ଶୁବମାନ ଗିଲ ଶହୀଦଙ୍କ ପରିବାରକୁ ଭେଟିଛନ୍ତି।
ଏହି ସମୟରେ ସେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାସହ ମୁମ୍ବାଇ ଆକ୍ରମଣରେ ଶହୀଦଙ୍କ ପରିବାରକୁ ଭେଟିଛନ୍ତି ଭାରତୀୟ ଓପନର। ଏହାକୁ ନେଇ ସୋସିଆଲ ମିଡିଆରେ ଶୁଭମନ ଗିଲଙ୍କ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହା ବ୍ୟତୀତ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମନ୍ତବ୍ୟ ଦେଇ କ୍ରମାଗତ ଭାବରେ ନିଜର ମତାମତ ଦେଉଛନ୍ତି।

Share