Categories: ଖେଳ

ରେକର୍ଡ ବର୍ଷା କଲେ ଶୁଭମନ ଗିଲ୍‌

ଇନ୍ଦୋର,୨୪।୯: ଇନ୍ଦୋରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଶୁଭମାନ ଗିଲ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ୯୨ ବଲରେ ଗିଲ ନିଜର ଶତକ ପୂରଣ କରିଥିଲେ। ତାଙ୍କ ଶତକରେ ୬ଟି ଚୌକା ଏବଂ ୪ ଟି ଛକା ସାମିଲ ଥିଲା। ଏହାପୂର୍ବରୁ ଗିଲ ମୋହାଲିରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭଲ ପ୍ରଦର୍ଶନ କରିଥିଲେ। ଆଜି ସେ ତାଙ୍କର ଦିନିକିଆ କ୍ୟାରିୟରର ଷଷ୍ଠ ଶତକ ସ୍କୋର କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଏହା ତାଙ୍କର ପ୍ରଥମ ଶତକ ଥିଲା।
୩୫ ତମ ଦିନିକିଆର ୩୫ତମ ଇନିଂସରେ ଗିଲ ଷଷ୍ଠ ଶତକ ହାସଲ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଗିଲ ଦିନିକିଆରେ ୧୯୦୦ ରନ ମାର୍କ ଅତିକ୍ରମ କରିଛନ୍ତି। ଗିଲ ଦିନିକିଆର ୩୫ ଇନିଂସ ପରେ ସର୍ବାଧିକ ରନ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ ହୋଇଥିଲେ। ଏହି ଶତକ ସହିତ ଗିଲ ଚଳିତ ବର୍ଷ ଦିନିକିଆରେ ୧୨୦୦ ରନ ଅତିକ୍ରମ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଏହା ଗିଲଙ୍କର ପ୍ରଥମ ଶତକ। ଏହାପୂର୍ବରୁ ସେ ନିକଟରେ ଖେଳାଯାଇଥିବା ଏସିଆ କପ ୨୦୨୩ରେ ବାଂଲାଦେଶ ବିପକ୍ଷରେ ଏକ ଶତକ ଖେଳିଥିଲେ।
ଗିଲ ଇନ୍ଦୋରରେ ଦୁଇ ଶତକ ସ୍କୋର କରିଥିବା ପ୍ରଥମ ଖେଳାଳି ହୋଇଥିଲେ। ସେ ଏହି ପ୍ରସଙ୍ଗରେ ସେହ୍ବାଗ, ଯୁବରାଜ, ରୋହିତ ଶର୍ମା ଏବଂ ଶ୍ରେୟାସ ଆୟରଙ୍କୁ ପଛରେ ପକାଇଥିଲେ। ସମସ୍ତ ଚାରିଜଣଙ୍କର ଗୋଟିଏ ଶତକ ଅଛତ।ଚଳିତ ବର୍ଷ ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶୁଭମନ ତାଙ୍କର ପ୍ରଥମ ଶତକ ସ୍କୋର କରିଥିଲେ।
ଚଳିତ ବର୍ଷ ଦିନିକିଆରେ ଶୁଭମନଙ୍କ ପଞ୍ଚମ ଶତକ। ସେ ଏକ କ୍ୟାଲେଣ୍ଡର ବର୍ଷରେ ପାଞ୍ଚ କିମ୍ବା ଅଧିକ ଦିନିକିଆ ଶତକ ହାସଲ କରିବାରେ ସପ୍ତମ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଥିଲେ। ବିରାଟ କୋହଲି ଏହି ସର୍ବାଧିକ ଚାରିଥର କରିଛନ୍ତି।

Share