Categories: ଖେଳ

ସଫଳତାର ରାଜ୍‌ ବଖାଣିଲେ ଶୁଭମନ ଗିଲ: ଡେଙ୍ଗୁ ଯୋଗୁ ୪ କିଲୋ ଓଜନ କମିଗଲା କିନ୍ତୁ…

ମୁମ୍ବାଇ,୩।୧୧: ବିଶ୍ୱକପ ୨୦୨୩ର ୩୩ତମ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ପରାସ୍ତ କରିଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଟିମ ଇଣ୍ଡିଆ ୩୦୨ ରନ ଜିତିଥିଲା। ଭାରତର ବ୍ୟାଟ୍ସମ୍ୟାନଙ୍କ ସହ ବୋଲରମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ଟିମ ଇଣ୍ଡିଆ ଖେଳାଳି ଶୁଭମନ ଗିଲ ମ୍ୟାଚ ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଟିମ ଇଣ୍ଡିଆର ବିଜୟ ପରେ ଶୁଭମନ କହିଛନ୍ତି, ମୁଁ ନର୍ଭସ ନୁହେଁ। ମୁଁ ନିଜ ହିସାବରେ ଅନୁଯାୟୀ ଆରମ୍ଭ କରେ, ଡେଙ୍ଗୁ ଯୋଗୁ ମୁଁ ୪ କିଲୋଗ୍ରାମ ଓଜନ ହ୍ରାସ କରିଛି। ମୁଁ ସମ୍ପୂର୍ଣ୍ଣ ଫିଟ ନାହିଁ। ତଥାପି ମୁଁ ଭଲ ଖେଳିବାକୁ ଚେଷ୍ଟା କରୁଛି। ମୁଁ ବୋଲରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲି।
ଶ୍ରୀଲଙ୍କା ବିପକ୍ଷରେ ଭାରତ ୮ ଉଇକେଟ ହରାଇ ୩୫୭ ରନ ସଂଗ୍ରହ କରିଛି। ଏହି ସମୟରେ ଶୁଭମନ ୯୨ ରନର ଚମତ୍କାର ଇନିଂସ ଖେଳିଥିଲେ। ସେ ଶତକରୁ ବଞ୍ଚିତ ହୋଇଥିଲେ। ଶୁଭମନ ୯୨ ବଲ୍‌ର ସମ୍ମୁଖୀନ ହୋଇ ୧୧ ଚୌକା ଓ ୨ ଛକା ମାରିଥିଲେ। ୯୪ ବଲରେ ବିରାଟ କୋହଲି ୮୮ ରନ ସଂଗ୍ରହ କରିଥିଲେ।

Share