ବଲାଙ୍ଗୀର, ୭।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଳକ ଖଇରଗୁଡା ବଡଖଳାରେ ଶୁଲିଆ ଯାତ୍ରା ମଙ୍ଗଳବାର ଆରମ୍ଭ ହୋଇଛି। ମୁଖ୍ୟ ଦେହେରିଆ ପାରମ୍ପରିକ ଶୁଲିଆ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ସକାଳୁ ମୁଖ୍ୟ ଦେହୁରୀ ଓ ସହଯୋଗୀମାନେ ବାଜା ଅସ୍ତ୍ର, ଧରି ଶୋଭଯାତ୍ରାରେ ବାହାରି ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ବଡଖଳା ଓ ସାନଖଳା ଦୁଇ ପୀଠରେ ବଳି ଆରମ୍ଭ ହୋଇଛି। ପୀଠରେ କୁକୁଡା, ବତକ, ବୋଦା ବଳି ଆରମ୍ଭ ହୋଇଛି। ସହସ୍ରାଧିକ ମାନସିକଧାରୀ ଶୁଲିଆ ବୁଢ଼ାଙ୍କୁ ଦର୍ଶନ ପାଇଁ ଶୁଲିଆ ପୀଠ ଅଭିମୁଖେ ଛୁଟୁଛନ୍ତି ।