ଶୁମ୍ବୁଲ, ପ୍ରିୟଙ୍କାଙ୍କ ମଧ୍ୟରୁ ନାଗିନ୍‌-୭ କିଏ ଆସିବେ ନଜର

ମୁମ୍ବାଇ: ଟିଭିର ସୁପରହିଟ ଶୋ’ ନାଗିନ୍‌ ୬ ଟିଆରପି ପାଇଁ ଆଜିକାଲି ସଂଘର୍ଷ କରୁଛି। ଇତି ମଧ୍ୟରେ ନୂଆ ସିଜିନର ଖବର ମଧ୍ୟ ସାମ୍ନାକୁ ଆସୁଛି। ଶୋ’ର ପ୍ରଡ୍ୟୁସର ଏକତା କପୁର ନାଗିନ୍‌ ୭ ସହିତ ଖୁବଶୀଘ୍ର ଫେରିବାକୁ ଯାଉଛନ୍ତି। ଏଥିପାଇଁ ସେ ତାଙ୍କର ନୂତନ ହିରୋଇନ ଖୋଜିବା ଆରମ୍ଭ କରିଛନ୍ତି। ତେବେ ନାଗିନ୍‌ ୭ର ମୁଖ୍ୟ ଭୂମିକା ପାଇଁ ବିଗ୍‌ବସ୍‌ ୧୬ର ପ୍ରତିଯୋଗୀଙ୍କ ନାମରେ କଳ୍ପନାଜଳ୍ପନା ଚାଲିଛି।
ସେଥିମଧ୍ୟରୁ ଶୁମ୍ବୁଲ ତୌକିର ଖାନ ଏବଂ ପ୍ରିୟଙ୍କା ଚୌଧୁରୀଙ୍କ ନାଁ ସାମ୍ନାକୁ ଆସିଛି। ଏହି ଦୁହିଁଙ୍କ ମଧ୍ୟରୁ ଏକତା କପୁର ଜଣଙ୍କୁ ବାଛିପାରନ୍ତି ବୋଲି କୁହାଯାଉଛି।

ଏହି ସମୟରେ, ନାଗିନ୍‌ ଶୋ’ରେ କାମ କରିବା ବିଷୟରେ ଶୁମ୍ବୁଲ କହିଛନ୍ତି ଯେ, ନାଗିନ୍‌ ଭୂମିକାରେ ଅଭିନୟ କରିବାକୁ ସେ ଏବେ ବହୁତ ଛୋଟ। ହେଲେ ଲୋକେ ଭାବୁଛନ୍ତି କି ନାଗିନ୍‌ରେ ଅଭିନୟ ପାଇଁ ନାଗିନ ମୋତେ ଅଫର୍‌ କରାଯାଇଛି କିନ୍ତୁ ଏହିପରି କିଛି ଘଟିନାହିଁ।  ଏହି ଭୂମିକା ପାଇଁ ପ୍ରିୟଙ୍କା ଠିକ୍‌ ବୋଲି ଶୁମ୍ବୁଲ କହିଛନ୍ତି।

Share