ପାଟି ଚୁପ୍‌

ନିକଟରେ ଅଷ୍ଟାଦଶ ଲୋକ ସଭା ନିର୍ବାଚନ ଶେଷ ହୋଇ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନ୍‌ଡିଏ)ର ମିଳିତ ସରକାର ଗଠନ ହୋଇଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ତାଙ୍କର ତୃତୀୟ ପାଳି ଆରମ୍ଭ କରିଛନ୍ତି। କିନ୍ତୁ ନିର୍ବାଚନ ପରେ ଭାଜପା ନିଜେ ମ୍ୟାଜିକ ନମ୍ବର ହାସଲ କରି ନ ପାରିବା ପଛରେ ଅନେକ କାରଣ ରହିଥିବା ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି। ଏହା ସହ ୨୦୨୪ ଲୋକ ସଭା ନିର୍ବାଚନର ଉଲ୍ଲେଖନୀୟ ବିଷୟ ହେଉଛି, ଭାରତର ବୃହତ୍ତମ ତଥା ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶ(ୟୁପି)ରେ ମୋଟ ୮୦ଟି ଲୋକ ସଭା ଆସନ ମଧ୍ୟରୁ ଭାଜପା ୩୩ଟିରେ ସୀମିତ ରହିଛି। ସେଠାରେ ସର୍ବବୃହତ ଦଳ ଭାବେ ସମାଜବାଦୀ ପାର୍ଟି ୩୭ ଆସନ ପାଇଥିବାବେଳେ କଂଗ୍ରେସ ୬ଟି , ରାଷ୍ଟ୍ରୀୟ ଲୋକ ଦଳ ୨, ଅପନା ଦଳ( ଏସ୍‌) ୧ ଓ ଆଜାଦ ସମାଜ ପାର୍ଟି ( କାଂଶିରାମ)୧ ଆସନ ହାସଲ କରିଛି। ଏଠାରେ ସୂଚିତ କରାଯାଇପାରେ ଯେ, ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ୬୨, ବିଏସ୍‌ପି ୧୦, ସପା ୫, ଅପନା ଦଳ ୨ ଓ କଂଗ୍ରେସ ମାତ୍ର ୧ ଆସନ ଜିତିଥିଲା। ୨୦୧୯ ନିର୍ବାଚନ ଫଳାଫଳ ତୁଳନାରେ ଉତ୍ତରପ୍ରଦେଶରେ ଭାଜପାର ଏଭଳି ବିପର୍ଯ୍ୟୟକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଥିବାବେଳେ ସେଠାକାର ସରକାରଙ୍କ ଏବକାର ଏକ ପଦକ୍ଷେପ ବିଫଳତାର ପ୍ରତିକ୍ରିୟାକୁ ଦର୍ଶାଇଛି। ୟୁପି ସରକାର କାର୍ଯ୍ୟରତ ସରକାରୀ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ସୋସିଆଲ ମିଡିଆ ସମେତ ମୁଖ୍ୟଧାରା ଗଣମାଧ୍ୟମରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖନୀୟ ଯେ, ପୂର୍ବରୁ ଉତ୍ତରପ୍ରଦେଶ ସରକାରୀ ଚାକିରିଆ ଆଚରଣ ନିୟମ ୧୯୫୬ରେ ସରକାରୀ କର୍ମଚାରୀମାନେ ଛାପାଗଣମାଧ୍ୟମ ଓ ରେଡିଓ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ନାହିଁ ବୋଲି ରହିଥିଲା। ବର୍ତ୍ତମାନ ଏହି ନିୟମକୁ ବିସ୍ତାର କରି କଟକଣା ପରିସରରେ ସୋସିଆଲ ମିଡିଆ ଓ ଇଲେକ୍ଟ୍ରୋନିକ ମିଡିଆକୁ ସାମିଲ କରାଯାଇଛି। ଏପରିକି ସରକାରୀ କର୍ମଚାରୀମାନେ କୌଣସି ରେଡିଓ କାର୍ଯ୍ୟକ୍ରମରେ ଭାଗ ନ ନେବା ବିଷୟ ଦୋହରାଯିବା ସହ ଛାପା ଗଣମାଧ୍ୟମରେ ନ ଲେଖିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି କଟକଣା ଜାରି ହେବା ପରେ ସରକାରୀ କର୍ମଚାରୀମାନଙ୍କର ଥିବା କୌଣସି ସଂଗଠନ ତରଫରୁ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ତେବେ ନିଜର ନାମ ଗୋପନୀୟ ରଖି ଅନେକ କର୍ମଚାରୀ ଉତ୍ତରପ୍ରଦେଶର ବିଭିନ୍ନ ଗଣମାଧ୍ୟମକୁ ସରକାରଙ୍କର ଏହି ନିଷ୍ପତ୍ତି ବିରୋଧରେ ମତ ଦେଇଛନ୍ତି। ଅବଶ୍ୟ ଏଠାରେ ଉଲ୍ଲେଖ କରାଯିବା ଉଚିତ ହେବ ଯେ, ଉତ୍ତରପ୍ରଦେଶ ରାଜ୍ୟ ସରକାରଙ୍କର ଏହି କଟକଣା କେବଳ ମାତ୍ର ରାଜନୈତିକ ମତାମତ ଏବଂ ସରକାରୀ କାର୍ଯ୍ୟକଳାପ ସମ୍ପର୍କିତ ମତ କୌଣସି ଗଣମାଧ୍ୟମରେ ଦିଆଯାଇପାରିବ ନାହିଁ ବୋଲି କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସୀମିତ ଦୁଇଟି ବିଷୟ ବ୍ୟତୀତ ଅନ୍ୟ ବ୍ୟକ୍ତିଗତ, ବୈଜ୍ଞାନିକ, ସାଂସ୍କୃତିକ ଭଳି ବିଷୟ ଉପରେ ରୋକ ଲଗାଯାଇନାହିଁ।
କୌତୂହଳର ବିଷୟ ହେଲା ଉଭୟ କେନ୍ଦ୍ର ଓ ଉତ୍ତରପ୍ରଦେଶରେ ଭାଜପାର ସରକାର ରହିଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କର ୨୦୧୪ ଓ ୨୦୧୯ ଉଭୟ ନିର୍ବାଚନ ପ୍ରସ୍ତୁତିରେ ସୋସିଆଲ ମିଡିଆ ଏବଂ ଇଲେକ୍ଟ୍ରୋନିକ ମିଡିଆର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ବିଶେଷକରି ସୋସିଆଲ ମିଡିଆର ଅଧିକ ବ୍ୟବହାର କରି ଭାଜପା ତାହାର ଲୋକପ୍ରିୟତା ପ୍ରବଳ ମାତ୍ରାରେ ବୃଦ୍ଧି କରିବାରେ ସଫଳ ହୋଇଥିଲା। ଏବେ ଏଭଳି ଏକ ସରକାରୀ ନିର୍ଦ୍ଦେଶ ଦେଖି ମନେ ହେଉଛି ଯେପରି ପରିସ୍ଥିତିର ମୋଡ଼ ଭିନ୍ନ ଦିଗକୁ ଯାଉଛି। ବିଶେଷକରି ସୋସିଆଲ ମିଡିଆର ବ୍ୟବହାର କରୁଥିବା ଭାଜପା ସମର୍ଥକମାନେ ଯଥେଷ୍ଟ ପରିମାଣରେ ନୀରବ ପଡ଼ିଯାଇଥିବା ପରିଲକ୍ଷିତ ହେଉଛି। ସରକାରଙ୍କର ଅନେକ ଦୋଷଦୁର୍ବଳତା ପଦାକୁ ଆସିବା ପରେ ଜନସାଧାରଣଙ୍କ ମନରେ ସମ୍ବିଧାନ ଏବଂ ସ୍ବାଧୀନତା ସମ୍ପର୍କରେ ଚିନ୍ତା ପଶିଲା, ଯାହାଫଳରେ ୨୦୨୪ ନିର୍ବାଚନରେ ମୋଦିଙ୍କ ନେତୃତ୍ୱାଧୀନ ଭାଜପା ଏକାକୀ ୨୭୨ ଆସନ ହାସଲ କରିପାରିଲା ନାହିଁ। ଆଜିର କେନ୍ଦ୍ର ସରକାର ବହୁ ପରିମାଣରେ ଆନ୍ଧ୍ରର ତେଲୁଗୁଦେଶମ ପାର୍ଟି ଏବଂ ବିହାରର ଜେଡି (ଏସ୍‌)ର ସମର୍ଥନ ଉପରେ ନିର୍ଭରଶୀଳ। ସେଥିପାଇଁ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର, ଝାଡ଼ଖଣ୍ଡ ଭଳି ଅନ୍ୟ କେତୋଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ଭାଜପା ବଞ୍ଚିବା ପାଇଁ ଲଢ଼େଇ କରିବ। ସେଭଳି ଲଢ଼େଇରେ ଗଣମାଧ୍ୟମର ବିଶେଷକରି ସୋସିଆଲ ମିଡିଆ, ଖବରକାଗଜ ଏବଂ ଟେଲିିଭିଜନର ଭୂମିକା ଅନେକ ପରିମାଣରେ ଗୁରୁତ୍ୱ ଧାରଣ କରିବ। ହୁଏତ ଏହି ଚିନ୍ତା ଉତ୍ତରପ୍ରଦେଶରେ ଏବେଠାରୁ ଅସୁବିଧା ସୃଷ୍ଟି କଲାଣି। ଶେଷରେ କୁହାଯାଇପାରେ ଯେ, ସରକାରୀ କର୍ମଚାରୀ ମଧ୍ୟ ଦେଶର ନାଗରିକ। ଚାକିରି ବ୍ୟତୀତ ସେମାନଙ୍କର ଗଣତାନ୍ତ୍ରିକ ଚିନ୍ତାଧାରା ରହିଛି। କାରଣ ସରକାରୀ କର୍ମଚାରୀ ହେଉଛନ୍ତି ବ୍ୟବସ୍ଥାର ସର୍ବୋଚ୍ଚରେ। ତାଙ୍କର ମତାମତ ପ୍ରକାଶ କରିବାର ସୁଯୋଗ ଉପରେ ଠିପି ମାରିଦେଲେ ତାହା କେତେଦୂର ପରିସ୍ଥିତିକୁ ସମ୍ଭାଳିବ ଏବେ କହିବା କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆମ୍ବର ବିଭିନ୍ନ କିସମ ପ୍ରାୟ ସମସ୍ତେ ଦେଖିଥିବେ। ପସନ୍ଦ ଅନୁସାରେ ଲୋକେ ସେହି ପ୍ରକାରର ଆମ୍ବଗଛ ଲଗାଇଥାନ୍ତି। କିନ୍ତୁ ଗୋଟିଏ ଗଛରେ ୨୪ ପ୍ରକାରର ଆମ୍ବ...

ସମୟ ବଦଳିଗଲାଣି

ଡ. ସନ୍ତୋଷ କୁମାର ମହାପାତ୍ର ଗତ କିଛି ବର୍ଷରେ ପରିସ୍ଥିତି ବଦଳିଗଲାଣି। ମଣିଷ ଅଧିକ ସ୍ବାର୍ଥପର ହୋଇଗଲାଣି। ଶାସକ ଶ୍ରେଣୀର ଆଭିମୁଖ୍ୟରେ ପରିବର୍ତ୍ତନ ଘଟିଲାଣି। ବେକାରି,...

ସେଇ ଚମତ୍କାରୀ ଚକାଆଖି

ଅଧ୍ୟାପକ ନିରଞ୍ଜନ ପାଢ଼ୀ ବଡ଼ ଚମତ୍କାରୀ ସେଇ ଚକାଆଖି ଦିଓଟି। ବିଶ୍ୱାସ ଓ ବିଜ୍ଞାନର ଦ୍ୱନ୍ଦ୍ୱ ମଧ୍ୟରେ ସେଇ ଚକାଆଖିର ଆକର୍ଷଣ ଯୁଗେ ଯୁଗେ ଆସ୍ତିକଙ୍କଠୁ...

ବାଇଡେନ୍‌ଙ୍କ ବୟସ

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବୟସ ୮୧। ବାଇଡେନ କହିଛନ୍ତି ଯେ, ସେ ନଭେମ୍ବରରେ ନିର୍ବାଚନରୁ ଓହରିବେ ନାହିଁ ଏବଂ ପୁନର୍ବାର ରାଷ୍ଟ୍ରପତି ହେବାକୁ ଚାହୁଁଛନ୍ତି।...

ଏଇ ଭାରତରେ

ଏସିରୁ ବାହାରୁ ଥିବା ପବନରୁ ପ୍ରଦୂଷଣ ଦୂର କରିବା ଲାଗି ରବି କୌଶିକ ଏକ ଏସି ପ୍ୟୁରିଫାୟର ତିଆରି କରିଛନ୍ତି। ଏବେ ଏହା ପାଖାପାଖି ୩...

ଅଣସର ଓ ପ୍ରାଚୀ ସଂସ୍କୃତି

ପୀତାମ୍ବର ରାଉତ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ଦାରୁଦେବତା କିନ୍ତୁ ଜୀବନ୍ତ ଠାକୁର। ଯେଉଁଥିପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ ଯାବତୀୟ ମାନବଲୀଳା। ବାରମାସରେ ତେର ପର୍ବ।...

ଏମ୍‌ଏସ୍‌ପି ଓ ଅନ୍ନଦାତା

ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗାମୀ ଖରିଫ ଋତୁ ପାଇଁ ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ଦର(ଏମ୍‌ଏସ୍‌ପି) ଘୋଷଣା କରାଯାଇଛି।...

Dillip Cherian

ଯୋଗୀଙ୍କ ସଙ୍କେତ

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ ଭାବରେ ମନୋଜ କୁମାର ସିଂଙ୍କୁ ନିଯୁକ୍ତ କରିଛନ୍ତି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri