ବୁଗୁଡ଼ା,୨୮।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଜୁନ୍ ମାସ ପ୍ରତ୍ୟେକ ସପ୍ତାହର ଶନିବାର ଏବଂ ରବିବାର ସାରା ଜିଲାରେ ଶଟଡାଉନ୍ କରାଯାଉଛି। ରବିବାର ସକାଳେ ବୁଗୁଡ଼ା ସହରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଶନିବାର ଏବଂ ରବିବାର ଶଟଡାଉନ୍ ଲାଗି ରାସ୍ତା ଘାଟ ଜନଶୂନ୍ୟ ହୋଇଯାଉଛି। ସହରରେ ଔଷଧ ଦୋକାନକୁ ଛାଡି ଦେଲେ ଅନ୍ୟ ସମସ୍ତ ଦୋକାନ ପରିବା ମାର୍କେଟ ମଧ୍ୟ ବନ୍ଦ ରହିଛି। ତହସିଲଦାର ସଂଗ୍ରାମ କେଶରୀ ଜେନା, ଏନ୍ଏସି ନର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାସ, ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଛକ ନିକଟରେ ଯାନବାହନ ଯାଞ୍ଚ କରାଯାଉଛି ।