କଟକ ଅଫିସ,୭ା୭- କଟକ ସହରରେ ଜାରି ହୋଇଥିବା ଶଟ୍ଡାଉନ ଅବଧିକୁ ବୃଦ୍ଧି କରିଛି ସିଏମ୍ସି। ପୂର୍ବରୁ ବୁଧବାର ମଧ୍ୟରାତ୍ରି ଯାଏ ଶଟ୍ଡାଉନ ଘୋଷଣା କରାଯାଇଥିବା ବେଳେ ତାହାକୁ ଏବେ ଶୁକ୍ରବାର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସିଏମ୍ସି କମିଶନର ଅନନ୍ୟା ଦାସ କହିଛନ୍ତି। ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୫ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହିଁ ଖୋଲିପାରିବ। ଶିଳ୍ପସଂସ୍ଥା ଏବଂ ଉପତ୍ାଦକ ସଂସ୍ଥାଗୁଡ଼ିକ ଖୋଲା ରହିବ। ମାତ୍ର ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି। ବ୍ୟାଙ୍କ୍ ଏବଂ ଡାକଘର ଖୋଲା ରହିବ। କିନ୍ତୁ ଗ୍ରାହକମାନେ ଯାଇପାରିବେ ନାହିଁ। କେବଳ ଅନ୍ଲାଇନ୍ରେ କାର୍ଯ୍ୟ ହେବ। ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସମସ୍ତ ସରକାରୀ କାର୍ଯ୍ୟାଳୟ କାର୍ଯ୍ୟ କରିବ। ବେସରକାରୀ ସଂସ୍ଥାଗୁଡ଼ିକ ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥାକୁ ଗୁରୁତ୍ୱ ଦେବେ। ସମସ୍ତ ପ୍ରକାର ଅନାବଶ୍ୟକ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ସୂଚନାଯୋଗ୍ୟ, ପୂର୍ବନିୟମ ଅନୁଯାୟୀ ୧୧ ଓ ୧୨ ତାରିଖ ମଧ୍ୟ ଶଟ୍ ଡାଉନ ରହିବ ବୋଲି ସିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି।