ନୂଆଖାଇ ପାଇଁ ରାଉରକେଲାରେ ଶଟ୍‌ଡାଉନ୍‌ କଟକଣା କୋହଳ ହେବ

ଭୁବନେଶ୍ୱର,୨୧ା୮(ବ୍ୟୁରୋ)-ଆସନ୍ତା ୨୩ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳିତ ହେବ। ଏହା ରବିବାର ପଡୁଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗର ନିଗମରେ ଅଗଷ୍ଟ ଶନିବାର ଓ ରବିବାର ସପ୍ତାହାନ୍ତ କଟକଣା କରାଯାଇଛି। ନୂଆଖାଇ ପର୍ବ ପାଇଁ ଆସନ୍ତା ରବିବାର କୋହଳ କରାଯାଇଛି। ଏ ନେଇ ଶୁକ୍ରବାର ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ମହାନଗର ନିଗମ ଅଞ୍ଚଳରେ ଲୋକମାନେ କୌଣସି ସ୍ଥାନରେ ଏକତ୍ରିତ ନ ହୋଇ ନିଜ ନିଜ ଘରେ ରହି ନୂଆଖାଇ ପର୍ବ ପାଳନ କରିବାକୁ କୁହାଯାଇଛି।

Share