ଗଞ୍ଜାମରେ ଶଟ୍‌ଡାଉନ ନିୟମ ପରିବର୍ତ୍ତନ, ଲକ୍‌ଡାଉନ କଟକଣା କୋହଳ; ବ୍ୟବସାୟୀ ଅସନ୍ତୁଷ୍ଟ

ଗଞ୍ଜାମ,୧୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌ କଟକଣା କୋହଳ କରାଯାଇଛି।ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଜିଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ଏନ୍‌ଏସି ପ୍ରଶାସନ ପକ୍ଷରୁ ପ୍ରଚାର କରାଯାଇଛି ।
ଏଥିସହିତ ସାମାଜିକ ଦୂରତା, ମାକ୍ସ ପିନ୍ଧି ନ ଥିବା ଲୋକଙ୍କୁ ସାମଗ୍ରୀ ମନା ଆଦି କଟକଣା ରହିଛି ।ଏଥିରେ ଅବମାନନା ହେଲେ ସମ୍ପୃକ୍ତ ଦୋକାନୀଙ୍କଠାରୁ ଜରିିମାନା ଆଦାୟ କରାଯିବ ବୋଲି ଏନ୍‌ଏସି ପ୍ରଶାସନ ଚେତାବନୀ ଦେଇଛି। ଅନ୍ୟପଟେ ଜିଲା ପ୍ରଶାସନ ପକ୍ଷରୁ ହଠାତ ଶଟଡାଉନ ନିୟମ ପରିବର୍ତ୍ତନ କରାଯିବା ନେଇ ଗଞ୍ଜାମ ସହରର କିଛି ବ୍ୟବସାୟୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଗୁଆ ସୂଚନା ଦିଆ ନ ଯିବା ଫଳରେ ସହରର ପରିବା ଦୋକାନୀ ପନିପରିବା ଆଣି ପାରି ନାହାନ୍ତି । କିମ୍ବା କୌଣସି ଉଠା ପରିବା ବ୍ୟବସାୟୀ ମଧ୍ୟ ଆସିନାହାନ୍ତି ।
ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ୧୬ ରୁ ୨୧ ତାରିଖ ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ଘୋଷଣା କରିଥିଲେ।

Share