ଦାରିଙ୍ଗବାଡ଼ିରେ ଶଟଡାଉନ ଦ୍ୱିତୀୟ ସପ୍ତାହ: ବେଧଡ଼କ ବ୍ୟବସାୟ ନେଇ ଜନଅସନ୍ତୋଷ

ଦାରିଙ୍ଗବାଡ଼ି,୧୨।୭(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲାପ୍ରଶାସନର ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲା ପ୍ରତି ଶନିବାର ଏବଂ ରବିବାର ଦୁଇଦିନ ଧରି ଶଟଡାଉନ ଘୋଷଣା କରାଯାଇଛି । ଏହା ମାସର ଶେଷ ଶନିବାର, ରବିବାର ପର୍ଯ୍ୟନ୍ତ ପାଳନ ପାଇଁ ନିର୍ଦ୍ଦେଶ ରହିଛି । ଚଳିତ ସପ୍ତାହ ଦ୍ୱିତୀୟ ଥର ପାଇଁ ଏହି ଶଟଡାଉନକୁ ପାଳନ କରାଯାଇଛି । ଶଟଡାଉନ ଯୋଗୁ ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝିଙ୍କ ନେତୃତ୍ୱରେ ବିଭିନ୍ନ ଅଞ୍ଚଳରେ ଜୋରଦାର ପାଟ୍ରୋଲିଂ କରାଯିବା ସହ ବିଭିନ୍ନ ଛକ ଗୁଡ଼ିକରେ ପୋଲିସ ମୁତୟନ କରାଯାଇଛି । ଯାଞ୍ଚ ସମୟରେ ଅମାନିଆଙ୍କଠାରୁ ଜରିମାନା ଆଦାୟ ହୋଇଛି। ତେବେ କିଛି ଅମାନିଆ ପ୍ରଶାସନର ଆଖିରେ ଧୁଳି ଦେଇ ବେଧଡ଼କ ବ୍ୟବସାୟ କରୁଥିବାରୁ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ିଛି । ଏ ନେଇ ଦାରିଙ୍ଗବାଡ଼ିରେ ଜନଅସନ୍ତୋଷ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ଛାତ୍ରଙ୍କ ମୃତ୍ୟୁ ଘଟଣା: ଏସ୍‌ଆଇଟି ନଚେତ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରି ଗଞ୍ଜାମ ଏସ୍‌ପିଙ୍କୁ ଭେଟିଲେ ପରିବାର

ଛତ୍ରପୁର ,୧୯।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧିନ କଳାଜମୁନା ଶ୍ରୀ ସାଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୫ମ ଶ୍ରେଣୀ ଛାତ୍ର କିରଣ ପ୍ରଧାନଙ୍କ...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ: ଅବ୍ୟବସ୍ଥାରେ ଶିକ୍ଷାଦାନ,ଏନଜିଓ ହାତରେ ପିଲାଙ୍କ ଭବିଷ୍ୟତ

ଥୁଆମୂଳ ରାମପୁର,୧୯।୧୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କେରପାଇ ପଞ୍ଚାୟତ ସ୍ଥିତ ପୋଡ଼ାପାଇ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ...

ନଭେମ୍ବର ୨୦ରୁ ସରକାର କିଣିବେ ଖରିଫ ଧାନ

କେନ୍ଦୁଝର,୧୯।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା କୃଷକ ମୋର୍ଚ୍ଚା ତରଫରୁ ଆଜି କେନ୍ଦୁଝର ଜିଲା ଭାଜପା କାର୍ଯ୍ୟାଳୟଠାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ...

ଜନବସତି ମୁହାଁ ବାଘ:ପାଦଚିହ୍ନ ଦେଖି ଲୋକେ ଭୟଭୀତ

ବାରିପଦା,(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ ଉଦଳା,(ସନ୍ତୋଷ ବାଚ୍ଛିନୀ),୧୮ା୧୧-ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ କପ୍ତିପଦା ରେଞ୍ଜ ଅଧୀନ ଅସନବଣି ଗ୍ରାମରେ ବାଘ ପାଦଚିହ୍ନକୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।...

ଆସୁଛି ଆଉ ଏକ ବଡ଼ ଲଘୁଚାପ

ଭୁବନେଶ୍ୱର,୧୯।୧୧: ବଙ୍ଗୋପସାଗରରେ ଆସୁଛି ଆଉ ଏକ ବଡ଼ ଲଘୁଚାପ। ୨୩ ତାରିଖ ସୁଦ୍ଧା ଲଘୁଚାପ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୧ତାରିଖ ସୁଦ୍ଧା...

‘ବନବାସ’ ରିଲିଜ୍‌ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବଲିଉଡ ଅଭିନେତା ଉତ୍କର୍ଷ

ପୁରୀ,୧୯।୧୧: ବଲିଉଡ ହିରୋ ଉତ୍କର୍ଷ ଶର୍ମା ମଙ୍ଗଳବାର ପୁରୀରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଆଗାମୀ ଫିଲ୍ମ...

ମୃତ ଛୁଆକୁ ୨୬ ଘଣ୍ଟା ଧରି ଜଗି ରହିଲା ମା’ କୁକୁର

ପାଟଣା,୧୯।୧୧(ବୀର କିଶୋର ଦାଶ): ପଶୁ ହେଉ କି ମଣିଷ, ମା’ର ମମତା ସବୁ କ୍ଷେତ୍ରରେ ସମାନ। ଏହାର ନିଚ୍ଛକ ଉଦାହରଣ କେନ୍ଦୁଝର ଜିଲା ପାଟଣା ବ୍ଲକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri