Categories: ଜାତୀୟ

ଭାଜପାରେ ଶୁଭେନ୍ଦୁଙ୍କ ଭାଇ

କୋଲକାତା, ୨।୧: ନିକଟରେ ଭାଜପାରେ ଯୋଗଦେଇଥିବା ପଶ୍ଚିମବଙ୍ଗର ପୂର୍ବତନ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ତଥା ଟିଏମ୍‌ସି ନେତା ସୌମେନ୍ଦୁଙ୍କ ସମେତ ୧୪ ଜଣ କାଉନ୍‌ସିଲର ଏବଂ ଅନେକ ଦଳୀୟ କର୍ମୀ ନୂଆବର୍ଷରେ ପଦ୍ମ ଧରିଛନ୍ତି। ସୌମେନ୍ଦୁ ତୃଣମୂଳ କଂଗ୍ରେସ କାଉନସିଲର ଏବଂ ପୂର୍ବ ମିଦିନାପୁର ଅନ୍ତର୍ଗତ କଣ୍ଠି ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଥିଲେ। ମମତା ବାନାର୍ଜୀଙ୍କ ସରକାର ଗତ ସପ୍ତାହରେ ତାଙ୍କୁ ଏହି ପଦରୁ ହଟାଇଦେବାରୁ ସେ ଅସନ୍ତୁଷ୍ଟ ଥିଲେ। ଶୁଭେନ୍ଦୁଙ୍କ ଉପସ୍ଥିତିରେ ଏହି ନେତାମାନେ ଗୈରିକ ଦଳରେ ଯୋଗଦେଇଛନ୍ତି। ଶୁଭେନ୍ଦୁ ଡିସେମ୍ବର ୧୬ରେ ଟିଏମ୍‌ସିରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହୋଇଥିଲେ। ଏହା ପୂର୍ବରୁ ନଭେମ୍ବର ମାସରେ ସେ ମନ୍ତ୍ରିମଣ୍ଡଳ ଛାଡ଼ିଥିଲେ। ଏବେ ଶୁଭେନ୍ଦୁଙ୍କ ବାପା ଶିଶିର ଅଧିକାରୀ ଏବଂ ଅନ୍ୟ ଜଣେ ଭାଇ ଦିବ୍ୟେନ୍ଦୁ ଟିଏମ୍‌ସିରେ ଅଛନ୍ତି।

Share