Categories: ଖେଳ

ଆଇପିଏଲ୍‌ ଖେଳିବାକୁ ଶୁଭ୍ରାଂଶୁଙ୍କୁ ସୁଯୋଗ

ଭୁବନେଶ୍ୱର,୧୮।୧୨(ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବାକୁ ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଟ୍ରାଏଲ୍ସରେ ଯୋଗ ଦେବା ପାଇଁ ୨୪ ବର୍ଷୀୟ ଶୁଭ୍ରାଂଶୁଙ୍କୁ ଶନିବାର ଡକାଯାଇଛି। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଏହି ସୁଚନା ଦିଆଯାଇଛି। ଭାରତୀୟ କ୍ରିକେଟ କଣ୍ଟୋଲ ବୋର୍ଡ (ବିସିସିଆଇ) ଦ୍ୱାରା ଆୟୋଜିତ ଦିନିକିଆ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫି ଗ୍ରୁପ୍‌ ପର୍ଯ୍ୟାୟରେ ସେ ଓଡ଼ିଶାର ନେତୃତ୍ୱ ନେଇଥିଲେ। ବିଜୟ ହଜାରେ ଟ୍ରଫି ଓ ସୟଦ ମୁସ୍ତାକ ଅଲି ଟ୍ରଫିରେ ଆକର୍ଷଣୀୟ ପ୍ରଦର୍ଶନ କରିଥିବାରୁ ଆଇପିଏଲ୍‌ ଗତ ସଂସ୍କରଣର ଚାମ୍ପିୟନ ଚେନ୍ନାଇ ପକ୍ଷରୁ ତାଙ୍କୁ ଏହି ସୁଯୋଗ ପ୍ରଦାନ କରାଯାଇଛି। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share