ମିସ ଦିଭା ୟୁନିଭର୍ସ ୨୦୨୩ ମୁକୁଟ ପିନ୍ଧିଲେ ଶ୍ୱେତା ଶ୍ରଦ୍ଧା

ମୁମ୍ବାଇ: ଚଣ୍ଡିଗଡ଼ର ଝିଅ ଶ୍ୱେତା ଶ୍ରଦ୍ଧା ମିସ ଦିଭା ୟୁନିଭର୍ସ ୨୦୨୩ ବିୟୁଟି ପାଜେଣ୍ଟର ବିଜେତା ହୋଇଛନ୍ତି। ସୋମବାର ମୁମ୍ବାଇରେ ଅନୁଷ୍ଠିତ ଏକ ଇଭେଣ୍ଟରେ ସେ ଏହି ମୁକୁଟ ପିନ୍ଧିଛନ୍ତି।
ମଡେଲ କମ ଡ୍ୟାନ୍ସର ଶ୍ୱେତା ଶ୍ରଦ୍ଧା ୭୨ତମ ମିସ ୟୁନିଭର୍ସ ପାଜେଣ୍ଟରେ ଇଣ୍ଡିଆକୁ ରିପ୍ରେଜେଣ୍ଟ କରୁଥିଲେ, ଯାହା ଗତ ବର୍ଷ ନଭେମ୍ବରରେ ଏଲ ସାଲଭାଡରରେ ଆୟୋଜିତ ହୋଇଥିଲା।
ସୋନାଲ କୁକେରଜା ଶ୍ୱେତାଙ୍କୁ ମିସ ଦିଭା ସୁପରନ୍ୟାଶନାଲ ୨୦୨୩ର ମୁକୁଟ ପିନ୍ଧାଇଥିଲେ। କର୍ନାଟକର ତ୍ରିଶା ସେଟ୍ଟି ମିସ ଦିଭା ୨୦୨୩ର ରନର୍ସ ଅପ ହୋଇଛନ୍ତି। ଚଣ୍ଡିଗଡ଼ରେ ଜନ୍ମିତ ୨୨ ବର୍ଷିୟା ଶ୍ୱେତା ନିଜ ସ୍ବପ୍ନ ପୂରଣ ପାଇଁ ମୁମ୍ବାଇ ଚାଲି ଆସିଥିଲେ।
ଏହା ପୂର୍ବରୁ ସେ କିଛି ଡ୍ୟାନ୍ସ ରିୟଲିଟି ଶୋ’ରେ ପରଫର୍ମ ବି କରିଛନ୍ତି। ଡିଆଇଡି, ଡ୍ୟାନ୍ସ ଦିଓ୍ବାନେ, ଝଲକ ଦିଖ ଲାଜା ଆଦିରେ ଶ୍ୱେତା ନୃତ୍ୟ ପରିବେଷଣ କରିଛନ୍ତି।

Share