ସୁଶାନ୍ତଙ୍କ ଭାଇ ହସ୍ପିଟାଲରେ ଭର୍ତ୍ତି: ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ କହିଲେ ଭଉଣୀ ଶ୍ୱେତା

ମୁମ୍ବାଇ, ୧୭।୧୦: ବଲିଉଡ୍‌ର ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କୀୟ ଭାଇ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ନୀରଜ କୁମାର ସିଂ ବବଲୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜନସମ୍ପର୍କ କରିବା ସମୟରେ ହଠାତ୍‌ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ତାଙ୍କୁ ପାଟଣାର ଜୀଭକ ହାର୍ଟ ହସ୍ପିଟାଲରେ ଭର୍ତ୍ତି କରାଗଲା। ନୀରଜଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌କରି ଏହି ସୂଚନା ଦିଆଯାଇଥିଲା। ବର୍ତ୍ତମାନ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ତାଙ୍କ ଭାଇଙ୍କ ପାଇଁ
ପ୍ରାର୍ଥନା କରିବାକୁ ଟୁଇଟ୍‌କରି ଜଣାଇଛନ୍ତି। ଟୁଇଟ୍‌ରେ ସେ ଲେଖିଛନ୍ତି, ବବ୍‌ଲୁ ଭାଇଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ସେ ବର୍ତ୍ତମାନ ଦିଲ୍ଲୀର ଏକ ହସ୍ପିଟାଲରେ ଅଛନ୍ତି।

Share