ମୁମ୍ବାଇ, ୫ା୩: ବୁଲ୍ଳି ବାଈ ଆପ୍ ଜରିଆରେ ମୁସଲମାନ ମହିଳାଙ୍କ ଫଟୋର ଦୁରୁପଯୋଗ କରି ଟଙ୍କା ଉପାର୍ଜନ ଅଭିଯୋଗରେ ଗିରଫ ହୋଇଥିବା ଶ୍ୱେତା ସିଂଙ୍କ ଜାମିନ ଶୁକ୍ରବାର ଖାରଜ ହୋଇଯାଇଛି। ଏଥରକୁ ମିଶାଇ ସେ ଦୁଇଥର ଜାମିନ ପାଇଁ ଆବେଦନ କରିଥିଲାବେଳେ ଶୁକ୍ରବାର ମୁମ୍ବାଇ ସେସନ୍ସ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ବୁଲ୍ଳି ବାଈ ଆପ୍ ମାମଲାରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କୁ ଗିରଫ କରାଯାଇଛି। ଅନ୍ଧେରୀର ୩୪ ବର୍ଷୀୟା ସାମାଜିକ କର୍ମୀଙ୍କ ଅଭିଯୋଗକ୍ରମେ ମୁମ୍ବାଇ ସାଇବର ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା। ବୁଲ୍ଳି ବାଈ ଆପ୍ ଦ୍ୱାରା ପରିଚାଳିତ ଗିଟ୍ହବ୍ ପ୍ଲାଟଫର୍ମ ଜରିଆରେ ପାଖାପଖି ୧୦୦ରୁ ଊର୍ଦ୍ଧ୍ୱ ମୁସଲମାନ ମହିଳାଙ୍କ ଫଟୋ ଏହି ଆପ୍ରେ ଅପ୍ଲୋଡ୍ କରାଯାଇ ନିଲାମ ଡକାଯାଇଥିଲା।