ଫଶିଗଲେ ଶ୍ୱେତା

ଟେଲିଭିଜନ ଜଗତର ପ୍ରସିଦ୍ଧ ଅଭିନେତ୍ରୀ ଶ୍ୱେତା ତିୱାରୀ ବିବାଦୀୟ ମନ୍ତବ୍ୟ ଦେଇ ଫଶିଯାଇଛନ୍ତି। ତାଙ୍କ ଅନ୍ତଃବସ୍ତ୍ର ସାଇଜ୍‌ ଭଗବାନ ନେଉଛନ୍ତି ବୋଲି ନିକଟରେ ସେ କହିଛନ୍ତି। ଶ୍ୱେତାଙ୍କ ଏହି କଥା ହିନ୍ଦୁ ଧର୍ମର ଲୋକଙ୍କ ଭାବନାରେ ଆଘାତ ଲାଗିଛି। ଏଭଳି ବିବାଦୀୟ ବିବୃତ୍ତି ସଂପର୍କରେ ହିନ୍ଦୁ ସଂଗଠନ ଏକ ମୋର୍ଚ୍ଚା ଖୋଲିଛି। ଏହି ପ୍ରସଙ୍ଗରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀଙ୍କୁ ଶ୍ୱେତା ତିୱାରୀ ଏବଂ ୱେବ ସିରିଜର ନିର୍ଦ୍ଦେଶକ ବିରୋଧରେ ମାମଲା ରୁଜୁ କରିବାକୁ ସଂଗଠନ ଦାବି କରିଛି। ହିନ୍ଦୁ ସଂଗଠନ ଚେତାବନୀ ଦେଇଛି, ଶ୍ୱେତା ତାଙ୍କ ମନ୍ତବ୍ୟ ପାଇଁ ଜନସାଧାରଣଙ୍କ ନିକଟରେ କ୍ଷମା ମାଗନ୍ତୁ, ନଚେତ୍‌ ଭୋପାଳରେ ୱେବ ସିରିଜର ଶୁଟିଂ କରିବାକୁ ଦିଆଯିବ ନାହିଁ।
ନିକଟରେ ଶ୍ୱେତା ତିୱାରୀ ତାଙ୍କ ଆଗାମୀ ୱେବ ସିରିଜ ପାଇଁ ଭୋପାଳରେ ପହଞ୍ଚିଥିଲେ। ସେଠାରେ ସେ ତାଙ୍କର ପୁରା ଦଳ ସହିତ ଏକ ଖବରଦାତା ସମ୍ମିଳନୀରେ ଭାଗ ନେଇଥିଲେ। ଏଠାରେ ଶ୍ୱେତା କହିଛନ୍ତି, ଭଗବାନ ମୋ ଅନ୍ତଃବସ୍ତ୍ର ସାଇଜ ନେଉଛନ୍ତି। ସେବେଠାରୁ ସୋସିଆଲ ମିଡିଆରେ ଶ୍ୱେତାଙ୍କୁ ଟାର୍ଗେଟ କରାଯାଉଛି।

Share