ଏହି ଅଭିନେତ୍ରୀଙ୍କ ଦ୍ୱିତୀୟ ବିବାହ ଭାଙ୍ଗିଯିବା ପରେ ପ୍ରଥମ ସ୍ବାମୀ ଖୋଲିଲେ ମୁହଁ, କହିଦେଲେ ଏମିତି କିଛି..

ଟେଲି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ ଏବେ ଟିଭି ରିଆଲିଟି ଶୋ ଖତରୋଂ କେ ଖିଲାଡି ୧୧ ପାଇଁ କେପଟାଉନରେ ଶୁଟିଂ କରୁଛନ୍ତି। କିନ୍ତୁ କେପଟାଉନରେ ପହଞ୍ଚିବା ମାତ୍ରେ ଶ୍ୱେତା ପୁଣି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଫସିଯାଇଛନ୍ତି। ତାଙ୍କ ଚାରି ବର୍ଷର ପୁଅକୁ ଏକୁଟିଆ ଛାଡି ଶ୍ୱେତା କେପଟାଉନ ଯାଇଥିବା ତାଙ୍କ ସ୍ବାମୀ ଅଭିନବ କୋହଲି ଅଭିଯୋଗ କରିଛନ୍ତି। ଶ୍ୱେତା ଅଭିନବଙ୍କୁ୍‌ ଦ୍ୱିତୀୟ ବିବାହ କରିଥିଲେ ମଧ୍ୟ ବେଶୀ ଦିନ ତାଙ୍କ ସମ୍ପର୍କ ତିଷ୍ଠି ପାରି ନାହିଁ। ଉଭୟଙ୍କ ମଧ୍ୟରେ ଝଗଡା ଖବର ଲଗାତର ସାମ୍ନାକୁ ଆସୁଛି। ଦ୍ୱିତୀୟ ବିବାହ ଭାଙ୍ଗିବାକୁ ନେଇ ଶ୍ୱେତାଙ୍କ ଉପରେ ଲୋକେ ପ୍ରଶ୍ନ ଉଠାଉଛନ୍ତି। ଏହି ସମୟରେ ତାଙ୍କ ପ୍ରଥମ ସ୍ବାମୀ ରାଜା ଚୌଧୁରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ରାଜା ଶ୍ୱେତାଙ୍କୁ ପ୍ରଶଂସା କରି କହିଛନ୍ତି ଯେ ସେ ଜଣେ ଭଲ ମଣିଷ। ଏକ ସାକ୍ଷାତକାର ସମୟରେ, ରାଜା କହିଛନ୍ତି ଯେ, ତାଙ୍କର ବିବାହ ସଫଳ ହୋଇନାହିଁ, ଏହାର ଅର୍ଥ ନୁହେଁ ଯେ ସେ ଜଣେ ଖରାପ ବ୍ୟକ୍ତି। ଶ୍ୱେତା ଜଣେ ଭଲ ସ୍ତ୍ରୀ ଏବଂ ବହୁତ ଭଲ ମା’। ସମାନ ଘଟଣା ଉଭୟ ଥର ଘଟିଛି, ତେଣୁ ଲୋକମାନେ ଶ୍ୱେତାଙ୍କୁ ପ୍ରଶ୍ନ କରୁଛନ୍ତି। କିନ୍ତୁ ଏହା କେବଳ ଏକ ଦୁର୍ଭାଗ୍ୟର ବିଷୟ ଯେ ଶ୍ୱେତାଙ୍କର ଦ୍ୱିତୀୟ ବିବାହ ମଧ୍ୟ ଭାଙ୍ଗି ଯାଇଛି। ଏଥିରୁ ତାଙ୍କ ବ୍ୟକ୍ତିତ୍ୱକୁ ନେଇ ପ୍ରଶ୍ନ ଉଠାଇବା ଆଦୌ ଉଚିତ୍‌ ନୁହେଁ।

Share