ଫିଲ୍ମ ତଥା ଟିଭି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ବିଶାଲ ମିଶ୍ରଙ୍କ ଫିଲ୍ମ ‘ରୋଜି’ରେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ଶୁଟିଂ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଫିଲ୍ମର ନିର୍ମାଣ ମନ୍ଦିରା ଏଣ୍ଟରଟେନମେଣ୍ଟ, ବିବେକ ଓବରୟଙ୍କ ଓବରୟ ମେଗା ଏଣ୍ଟରଟେନମେଣ୍ଟ ଏବଂ ପ୍ରେରଣା ଭି ଅରୋରା ବ୍ୟାନରତଳେ ନିର୍ମାଣ ହେବ ବୋଲି ଜଣାପଡ଼ିଛି। ଫିଲ୍ମ ସମୀକ୍ଷକ ତରନ ଆଦର୍ଶ ଟୁଇଟ୍କରି ଏ ବିଷୟରେ ସୂଚନା ଦେଇଛନ୍ତି।