ନୂଆଦିଲ୍ଲୀ,୨।୩: ଶ୍ୟାମ ଷ୍ଟିଲ୍ ଓଡ଼ିଶାରେ ଡିଲର ବିତରଣ ନେଟ୍ୱର୍କ ସମ୍ପ୍ରସାରଣ ସହ ବ୍ୟବସାୟିକ କାର୍ଯ୍ୟକଳାପରେ ଅଭିବୃଦ୍ଧି ଘଟାଇବାକୁ ଯୋଜନା କରିଥିବା ଜଣାପଡ଼ିଛି। ଏପରିକି କମ୍ପାନୀ ପାଇଁ ଓଡ଼ିଶା ଅନ୍ୟତମ ପ୍ରମୁଖ୍ୟ ବଜାର ହୋଇଥିବା ବେଳେ ଉକ୍ତ ବ୍ରାଣ୍ଡ୍ ଓଡ଼ିଶା ବଜାରରେ ପ୍ରାଇମେରି ଟିଏମ୍ଟି ବାର୍ ଶ୍ରେଣୀର ଅଗ୍ରଣୀ ହେବାକୁ ଲକ୍ଷ୍ୟ ରଖିଛି। ବିଶେଷକରି ରାଜ୍ୟରେ କମ୍ପାନୀର ୮୫୦ ଡିଲର ବିତରଣ ନେଟ୍ୱର୍କ ରହିଛି ଏବଂ ଏହା ନୂତନ ଅଞ୍ଚଳରେ ନିଜର ଉପସ୍ଥିତି ବୃଦ୍ଧି କରିବାକୁ ସକ୍ରିୟ ପଦକ୍ଷେପ ଗ୍ରହଣ କରୁଛି। ସେହିଭଳି କମ୍ପାନୀ ଓଡ଼ିଶାର ଉତ୍ତର ଓ ପୂର୍ବଭାଗରେ ମଜଭୁତ ଉପସ୍ଥିତି ରଖିଥିବା ବେଳେ ପଶ୍ଚିମ ଓ ଦକ୍ଷିଣରେ ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା, ସୁବର୍ଣ୍ଣପୁର, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି ଆଦି ଜିଲାରେ ନିଜର ବ୍ୟବସାୟିକ କାର୍ଯ୍ୟକଳାପ ସମ୍ପ୍ରସାରଣ କରିବା ଉପରେ ଦୃଷ୍ଟି ନିବଦ୍ଧ କରୁଛି।
ଏ ସମ୍ପର୍କରେ ଶ୍ୟାମ ଷ୍ଟିଲ୍ର ଡାଇରେକ୍ଟର ଲଳିତ ବେରିୱାଲା କହିଛନ୍ତି, ଓଡି଼ଶା ବଜାରରୁ ଆମେ ବହୁତ ଭଲ ଗ୍ରହଣୀୟତା ପାଇଛୁ ଏବଂ ରାଜ୍ୟରେ ଆମର ଡିଲରଶିପ ନେଟ୍ୱର୍କ ଏବଂ ବ୍ୟବସାୟିକ କାର୍ଯ୍ୟକଳାପ ପୁନଃ ପରିବ୍ୟାପ୍ତ କରିବାରେ ମଧ୍ୟ ଲକ୍ଷ୍ୟ ରଖିଛୁ।