ସିଆରପିଏଫ୍‌ କ୍ୟାମ୍ପରେ ଏସ୍‌ଆଇଙ୍କୁ ପିଟିପିଟି ମାରିଦେଲେ

ମାଲକାନଗିରି,୨୬ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ତେଲଙ୍ଗାନା ରାଜ୍ୟ ମୁଲୁଗୁ ଜିଲା ଭେଙ୍କେଟପୁରମ୍‌ ପୋଲିସ ଷ୍ଟେଶନ ଅନ୍ତର୍ଗତ ସିଆରପିଏଫ୍‌ କ୍ୟାମ୍ପରେ ରବିବାର ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଫଳରେ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଏସ୍‌ଆଇ ରମେଶ ଚନ୍ଦ୍ର। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, କ୍ୟାମ୍ପର ମ୍ୟାନେଜର ଏବଂ ଏସ୍‌ଆଇ ରମେଶଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ପରେ ପରସ୍ପରକୁ ଆକ୍ରମଣ କରିଥିଲେ। ଏଥିରେ ଏସ୍‌ଆଇ ରମେଶଙ୍କ ମୃତ୍ୟୁ ହୋଇଥିଲା। ମ୍ୟାନେଜର ଗୁରୁତର ହୋଇଥିଲେ। ତାଙ୍କୁ ଏଟୁରା ଚିକିତ୍ସାଳୟକୁ ପଠାଯାଇଛି। ତେବେ ଗଣ୍ଡଗୋଳର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।

Share