ଲାଲୁ ପ୍ରସାଦଙ୍କ ସୁରକ୍ଷାରେ ନିୟୋଜିତ ସବ୍‌ଇନ୍ସପେକ୍ଟରଙ୍କୁ ହତ୍ୟା

ରାଞ୍ଚି, ୩୧।୭: ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ରାଞ୍ଚିସ୍ଥିତ ଆର୍‌ଏମ୍‌ଏସ୍‌ରେ ଚିକିତ୍ସିତ ହେଉଛନ୍ତି। ଏଠାରେ ଲାଲୁଙ୍କ ସୁରକ୍ଷାରେ ନିୟୋଜିତ ଜଣେ ସବ୍‌ଇନ୍ସପେକ୍ଟର (ଏସ୍‌ଆଇ)ଙ୍କ ହତ୍ୟା କରାଯାଇଥିବା ସୂଚନା ମିଳିଛି। କାମେଶ୍ୱର ରବିଦାସ ନାମକ ଏହି ଏସ୍‌ଆଇଙ୍କ କ୍ଷତବିକ୍ଷତ ମୃତ ଦେହ ଶୁକ୍ରବାର ସକାଳେ ତୁପୁଦାନା ବେରାମଦସ୍ଥିତ ସ୍କୁଲ ନିକଟରେ ଥିବା ଏକ ପଥର ଖାଦାନରୁ ପୋଲିସ ଉଦ୍ଧାର କରିଛି। ତାଙ୍କ ମୃତଦେହ ନିକଟରୁ ରକ୍ତ ଲାଗିଥିବା ପଥର ମଧ୍ୟ ପୋଲିସ ଜବତ କରିଛି। ମୃତଦେହକୁ ପୋଷ୍ଟ ମର୍ଟମ ପାଇଁ ପଠାଇବା ସହିତ ଅଧିକ ତଦନ୍ତ ଲାଗି ପୋଲିସ ସନ୍ଧାନୀ କୁକୁର ଓ ଫରେନ୍ସିକ ଟିମ୍‌ର ସହାୟତା ଲୋଡ଼ିଛି। ରବିଦାସଙ୍କୁ ତୁପୁଦାନା ଓପିରେ ପୋଷ୍ଟିଂ କରାଯାଇଥିଲା। ପୂର୍ବରୁ ସେ ତୁପୁଦାନାର ଟାଇଗର ମୋବାଇଲରେ କାର୍ଯ୍ୟରତ ଥିଲେ। ପଦୋନ୍ନତି ପରେ ତାଙ୍କୁ ଲାଲୁଙ୍କ ସୁରକ୍ଷାରେ ନିୟୋଜିତ କରାଯାଇଥିଲା ବୋଲି ଜଣାପଡ଼ିଛି।

Share