Categories: ଜାତୀୟ

ରାହୁଲଙ୍କ ଫୋନ୍‌ ପରେ ଟୁଇଟ୍‌ ଡିଲିଟ୍‌ କଲେ ସିବଲ

ନୂଆଦିଲ୍ଲୀ,୨୫ା୮: ସିଡବ୍ଲ୍ୟୁସି ବୈଠକରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବର୍ଷିବା ପରେ ବରିଷ୍ଠ ନେତା କପିଲ ସିବଲ ତାଙ୍କୁ ଟାର୍ଗେଟ କରି ଏକ ଟୁଇଟ୍‌ କରିଥିଲେ। ପରେ ସେ ଉକ୍ତ ଟୁଇଟ୍‌କୁ ଡିଲିଟ୍‌ କରିଥିବା କହିଛନ୍ତି। ସିଡବ୍ଲ୍ୟୁସି ବୈଠକରେ ନେୃତୃତ୍ୱ ପରିବର୍ତ୍ତନକୁ ନେଇ ଟଣାଓଟରା ଚାଲିଥିବାବେଳେ କଂଗ୍ରେସରେ ଫାଟ ସୃଷ୍ଟି ହୋଇଥିବା ଖବର ଆସିଥିଲା। ଯେଉଁ ୨୩ ଜଣ ବରିଷ୍ଠ ନେତା ନେତୃତ୍ୱ ପରିବର୍ତ୍ତନ ଲାଗି ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ ସେମାନଙ୍କ ମଧ୍ୟରୁ କପିଲ ସିବଲ ଅନ୍ୟତମ। ଏହାକୁ ନେଇ ରାହୁଲ ଅସନ୍ତୁଷ୍ଟ ନେତାମାନଙ୍କ ଉପରେ ବର୍ଷିଥିଲେ। ଭାଜପା ସହ ହାତ ମିଳାଇ ନେତାମାନେ ଦସ୍ତଖତ ଅଭିଯାନ କରିଥିବା ରାହୁଲ କହିଥିଲେ। ଏହା ପରେ ସିବଲ ଟୁଇଟ୍‌ କରି ଲେଖିଥିଲେ, ଗତ ୩୦ ବର୍ଷରେ ଭାଜପା ସପକ୍ଷରେ ମନ୍ତବ୍ୟ ଦେଇନାହୁଁ। ଏହାସତ୍ତ୍ୱେ ଆମକୁ ଭାଜପା ସହ ସାଲିସ କରିଥିବା କହୁଛନ୍ତି ବୋଲି ଟୁଇଟ୍‌ କରିଥିଲେ। ରାହୁଲ ତାଙ୍କୁ ଫୋନ୍‌ କରିବା ପରେ ସିବଲ ଉକ୍ତ ଟୁଇଟ୍‌କୁ ଡିଲିଟ୍‌ କରିଦେଇଥିଲେ।

Share