କେନ୍ଦୁଝର,୨୨ା୬(ସ୍ବ.ପ୍ର.): ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ଖୁଣ୍ଟା କଟା ଜଙ୍ଗଲରେ ଏବେ ୨୫ ବର୍ଷ ବୟସ୍କ ଦନ୍ତା ହାତୀ କିଛି ଦିନ ହେଲା ଅସୁସ୍ଥ ହୋଇ ବୁଲୁଛି। ହାତୀଟି ଦୁଇଦିନ ତଳେ ଗୋଠରୁ ଅଲଗା ହୋଇ ଗୋଟିଏ ସ୍ଥାନରେ ଶୋଇଥିଲା। ବନ ବିଭାଗ କର୍ମଚାରୀ ପାଖକୁ ଯିବାରୁ ଚାଲି ଯାଇଥିଲା। ଜଙ୍ଗଲରେ ଧିରେ ଧିରେ ଚାଲୁଥିବାରୁ ଅସୁସ୍ଥ ଥିବା ଅନୁମାନ କରାଯାଉଛି। ଏହାର ଗତିବିଧି ଉପରେ ବନ ବିଭାଗ ନଜର ରଖିଥିବା ବେଳେ ଚିକିତ୍ସା ବ୍ୟବସ୍ଥା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।