Categories: ଜାତୀୟ

ଶନିବାର ସିଦ୍ଦାରାମାୟା, ଶିବକୁମାରଙ୍କ ଶପଥ ଗ୍ରହଣ, ସମାରୋହରେ ସାମିଲ ହୋଇପାରନ୍ତି ବିରୋଧୀ ନେତା

ବେଙ୍ଗାଲୁରୁ,୧୯।୫: କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଡି.କେ ଶିବକୁମାର ଶନିବାର ଶପଥ ନେବେ। ତେବେ ଏହି ଶପଥ ଗ୍ରହଣ ସମାରୋହରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତରଫରୁ ଟିଏମସି ଏମ୍‌ପି କାକୋଲି ଘୋଷ ଦସ୍ତିଦାର ଯୋଗ ଦେବେ ବୋଲି ଜଣାପଡିଛି। ଏନେଇ ଦଳର ଏମ୍‌ପି ଦେରେକ ଓ’ବ୍ରାଇନ ନିଶ୍ଚିତ କରିଛନ୍ତି।

Share