Categories: ଜାତୀୟ

ଦରଦାମ ବୃଦ୍ଧିକୁ ନେଇ ବିରୋଧ ପ୍ରଦର୍ଶନ: ଶଗଡ଼ ଗାଡିରେ ବିଧାନସଭା ପହଞ୍ଚିଲେ ଡିକେ ଶିବକୁମାର, ସିଦ୍ଧରମୈୟା

ବେଙ୍ଗାଲୁରୁ,୧୩ ।୯: କର୍ନାଟକ କଂଗ୍ରେସର ବଡ ବଡ ନେତାମାନେ ପେଟ୍ରୋଲ-ଡିଜେଲ ଓ ରୋଷେଇ ଗ୍ୟାସର ଦରବୃଦ୍ଧିକୁ ବିରୋଧ କରି ସୋମବାର ଶାସକ ଭାରତୀୟ ଜନତା ପାର୍ଟି(ଭାଜପା) ବିରୋଧରେ ପ୍ରଦର୍ଶନ କରିଛନ୍ତି । କର୍ନାଟକ ପ୍ରଦେଶ କଂଗ୍ରେସ କମିଟି(କେପିସିସି)ର ଅଧ୍ୟକ୍ଷ ଡିକେ ଶିବକୁମାର ଓ ବିରୋଧି ଦଳ ନେତା ସିଦ୍ଧରମୈୟା ବଳଦଗାଡିରେ ବା ଶଗଡ଼ରେ ବିଧାନସଭା ଆସିଛନ୍ତି । କଂଗ୍ରେସ ନେତାମାନେ ଏଭଳି ରଣନୀତି ବିଧାନସଭା ଆରମ୍ଭ ହେବା ପୂର୍ବରୁ ହିଁ ପ୍ରସ୍ତୁତ କରିଥିଲେ । ସୂଚନାଯୋଗ୍ୟ, ନିକଟ ଅତିତରେ ପ୍ରାୟ ଅଧିକାଂଶ ସାମଗ୍ରୀର ଦର ବୃଦ୍ଧି ସାଧାରଣ ଜନତାଙ୍କ ଅଣ୍ଟାରେ ପାହାର ଭଳି ହୋଇଥିବା କୁହାଯାଉଛି । ହେଲେ କେନ୍ଦ୍ର ସରକାର ତାଙ୍କ ଜିଦ୍‌ରେ ଅଟଳ ଥିବା ବେଳେ କଂଗ୍ରେସ ପକ୍ଷରୁ ଏଭଳି ବିରୋଧ ପ୍ରଦର୍ଶନ କରାଯାଇଛି । କେବଳ କଂଗ୍ରେସ ନୁହେଁ ଦେଶରେ ଦରଦାମ ବୃଦ୍ଧିକୁ ନେଇ ବିଭିନ୍ନ ପ୍ରକାର ବିରୋଧ ପ୍ରଦର୍ଶନ କରାଯାଉଛି ।

Share