Categories: ଜାତୀୟ

କ୍ଷମତାକୁ ଆସି ଲୋକପ୍ରିୟତା ହରାଇଛନ୍ତି ସିଦ୍ଦରାମାୟା ସରକାର: ଭାଜପା…

ବେଙ୍ଗାଲୁରୁ,୧୨।୯ : ଭାରତୀୟ ଜନତା ପାର୍ଟି କର୍ନାଟକର ସିଦ୍ଦରାମାୟା ସରକାରଙ୍କୁ ଟାର୍ଗେଟ କରିଛି। ଦଳ ଅଭିଯୋଗ କରିଛି କ୍ଷମତାକୁ ଆସିବା ମାତ୍ରେ କଂଗ୍ରେସ ସରକାର ନିଜର ଲୋକପ୍ରିୟତା ହରାଇଛନ୍ତି। ପ୍ରଶାସନର ବିଫଳତା ବିରୋଧରେ ତାଙ୍କ ଦଳର ନେତାମାନେ ସାରା ରାଜ୍ୟ ଭ୍ରମଣ କରିବେ ବୋଲି ମଙ୍ଗଳବାର ଭାଜପାର ବରିଷ୍ଠ ନେତା ବିଏସ ୟେଦୁରପ୍ପା ଘୋଷଣା କରିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ମରୁଡ଼ି ଭଳି ସମସ୍ୟା ରାଜ୍ୟରେ ଦେଖାଦେଇଛି। ଏହା ସତ୍ତ୍ୱେ ସରକାର ଏହାର ସମାଧାନ କରିବା ପରିବର୍ତ୍ତେ ଲୋକ ବିରୋଧୀ ନୀତି ଆପଣେଇଛନ୍ତି। ଆଜି ଦଳର ନେତାଙ୍କ ସଭାରେ ଆମେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲୁ। ଖୁବ କମ ସମୟ ମଧ୍ୟରେ ଏହି ସରକାର ଲୋକପ୍ରିୟତା ହରାଇ ଏପରି ସ୍ଥିତିରେ ପହଞ୍ଚିଛନ୍ତି ଯେଉଁଠାରେ ଅଗାମୀ ଦିନରେ ଲୋକଙ୍କ ଅସନ୍ତୋଷର ସମ୍ମୁଖୀନ ହେବାକୁ ସରକାରଙ୍କୁ ପଡିବ।

ସେପ୍ଟେମ୍ବର ୧୮ ପରେ ଭାଜପା ନେତାମାନେ ସାରା ରାଜ୍ୟ ଭ୍ରମଣ କରିବେ। ଆମେ ପ୍ରତ୍ୟେକ ଜିଲାରେ ହଜାର ହଜାର ଦଳୀୟ କର୍ମୀଙ୍କୁ ଏକାଠି କରିବୁ ଏବଂ ଆମର କାର୍ଯ୍ୟ ଯୋଜନା ଅନୁଯାୟୀ କାର୍ଯ୍ୟ କରିବୁ।

Share