Categories: ଜାତୀୟ

କେନ୍ଦ୍ର ଉପରେ ଗୁରୁତର ଅଭିଯୋଗ ଆଣିଲେ ସିଦ୍ଦାରାମାୟା

ବେଙ୍ଗାଲୁରୁ,୭।୯: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା କେନ୍ଦ୍ରରେ ଭାଜପା ସରକାର ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କେନ୍ଦ୍ର ସରକାରଙ୍କୁ ଗରିବ ବିରୋଧୀ ଏବଂ ପୁଞ୍ଜିବାଦୀ ସରକାର ବୋଲି କହିଛନ୍ତି। ସିଦ୍ଦରାମାୟା ଭାଜପା ସରକାରକୁ ମଧ୍ୟ ‘ନିଚ୍ଚ’ ବୋଲି ବର୍ଣ୍ଣନା କରିଛନ୍ତି। ସିଦ୍ଦାରାମାୟା ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାର ରାଜ୍ୟକୁ ଅତିରିକ୍ତ ଚାଉଳ ଯୋଗାଇବାକୁ ମନା କରି ଦେଇଛନ୍ତି।

କର୍ନାଟକ ସରକାର ନିଜର ଅନ୍ନ ଭାଗ୍ୟ ଯୋଜନା ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କୁ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ଦେବାକୁ ଘୋଷଣା କରିଥିଲେ। ଏହି ଯୋଜନା ପାଇଁ ରାଜ୍ୟ ସରକାର କେନ୍ଦ୍ରରୁ ଚାଉଳ ଯୋଗାଣ ପାଇଁ ଦାବି କରିଥିଲେ। ସିଦ୍ଦାରାମାୟା କହିଛନ୍ତି, ଯେତେବେଳେ ମୁଁ ପୂର୍ବ କାର୍ଯ୍ୟକାଳରେ ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ମୁଁ ଲୋକମାନଙ୍କୁ ସାତ କିଲୋଗ୍ରାମ ଚାଉଳ ମାଗଣାରେ ଦେଉଥିଲି କିନ୍ତୁ ପୂର୍ବ ଭାଜପା ସରକାର ଏହାକୁ ଚାରି-ପାଞ୍ଚ କିଲୋଗ୍ରାମକୁ ହ୍ରାସ କରିଥିଲେ। ବିଧାନସଭା ନିର୍ବାଚନ ସମୟରେ ମୁଁ ଅତିରିକ୍ତ ପାଞ୍ଚ କିଲୋଗ୍ରାମ ଚାଉଳ ଦେବି। ପ୍ରତିଶ୍ରୁତି ଦେଇଥିଲି।

ସିଦ୍ଦାରାମାୟା କହିଛନ୍ତି, ଚାଉଳ ଯୋଗାଣ ପାଇଁ ତାଙ୍କ ସରକାର ଏବଂ ଫୁଡ କର୍ପୋରେଶନ ଅଫ ଇଣ୍ଡିଆ ମଧ୍ୟରେ ଏକ ଚୁକ୍ତି ହୋଇଛି, କିନ୍ତୁ କେନ୍ଦ୍ର ଆମକୁ ଚାଉଳ ଦେବାକୁ ମନା କରିଦେଇଛି। ଆମେ ମାଗଣା ଚାଉଳ ମାଗି ନଥିଲୁ। ଆମେ ଏଥିପାଇଁ ଦେବାକୁ ପ୍ରସ୍ତୁତ ଥିଲୁ। ଯେତେବେଳେ ଆମେ ଚାଉଳ ମାଗିଲୁ, ସେ ଏଥିପାଇଁ ପ୍ରସ୍ତୁତ ଥିଲେ କିନ୍ତୁ ପରେ ପଛକୁ ହଟିଗଲେ। ସେ ଗରିବ ବିରୋଧୀ ଏବଂ ତାଙ୍କର କୌଣସିି ମାନବିକତା ନାହିଁ।

Share