Categories: ଜାତୀୟ

ଆଜି ରାହୁଲ ଗାନ୍ଧୀଙ୍କୁ ଭେଟିବେ ସିଦ୍ଦାରାମାୟା , ଶିବକୁମାର

ନୂଆଦିଲ୍ଲୀ,୧୭।୫: କର୍ନାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ସସ୍‌ପେନ୍ସ ଜାରି ରହିଛି। ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ନେତା ଡି.କେ ଶିବକୁମାର ଏବଂ କର୍ନାଟକର ପୂର୍ବତନ ସିଦ୍ଦାରାମାୟା ମଙ୍ଗଳବାର ଦିନ ଦିଲ୍ଲୀରେ ଦଳର ହାଇକମାଣ୍ଡଙ୍କୁ ଭେଟିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପଦବୀ କିଏ ଦଖଲ କରିବ ସେନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଉଭୟ ସିଦ୍ଦାରାମାୟା ଏବଂ ଶିବକୁମାର ବୁଧବାର ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଭେଟିବେ ବୋଲି ଆଶା କରାଯାଉଛି। କୁହାଯାଉଛି କି, ସିଦ୍ଧାରାମାୟା ପୂର୍ବାହ୍ନ ୧୧:୩୦ ଏବଂ ଶିବକୁମାର ମଧ୍ୟାହ୍ନ ୧୨ଟାରେ ଭେଟି ପାରନ୍ତି।

ମେ ୧୦ରେ କର୍ନାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୨୨୪ଟି ଆସନ ମଧ୍ୟରୁ କଂଗ୍ରେସ ୧୩୫ଟି ଆସନରେ ବିଜୟ ହାସଲ କରିଛି। ଭାଜପା ୬୬ଟି ଆସନ ଏବଂ କିଙ୍ଗମେକର ଖେଳିବାକୁ ଆଶା ରଖିଥିବା ଜେଡିଏସ ମାତ୍ର ୧୯ଟି ଆସନ ପାଇଥିଲା।

Share