Categories: ଜାତୀୟ

ପ୍ରଥମ କ୍ୟାବିନେଟ ବୈଠକରେ ୫ ପ୍ରତିଶ୍ରୁତି ପୂରଣ ପାଇଁ ପଦକ୍ଷେପ ନେଲେ ସିଦ୍ଧରମୈୟା…

ବେଙ୍ଗାଲୁରୁ,୨୦।୫ : କର୍ନାଟକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କାର୍ଯ୍ୟାନୁଷ୍ଠାନ ମୋଡରେ ଆସିଛନ୍ତି। ନିର୍ବାଚନ ପୂର୍ବରୁ ଦଳ ପ୍ରତିଶ୍ରୁତି ଦେଇଥିବା ପାଞ୍ଚଟି ଗ୍ୟାରେଣ୍ଟି ପ୍ରଥମ କ୍ୟାବିନେଟ ବୈଠକରେ ପୂରଣ କରିବା ଲାଗି ସିଦ୍ଧରମୈୟା ପଦକ୍ଷେପ ଗ୍ରହଣ କରିଛନ୍ତି।

ଏହି ପାଞ୍ଚଟି ଗ୍ୟାରେଣ୍ଟିରେ ଗୃହ ଜ୍ୟୋତି, ଗୃହ ଲକ୍ଷ୍ମୀ, ଅନ୍ନ ଭାଗ୍ୟ, ଯୁବା ନିଧି, ଉଚିତ ପ୍ରମାଣ ଅନ୍ତର୍ଭୁକ୍ତ ଅଛି। ପ୍ରଥମ କ୍ୟାବିନେଟ ବୈଠକ ପରେ ଖବରଦାତାଙ୍କୁ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। କର୍ନାଟକ ବିଧାନସଭା ଅଧିବେଶନ ଆସନ୍ତା ସପ୍ତାହରେ ସୋମବାର, ମଙ୍ଗଳବାର ଏବଂ ବୁଧବାର ଦିନ ଅନୁଷ୍ଠିତ ହେବ ଯେଉଁଥିରେ ବିଧାୟକମାନେ ଶପଥ ଗ୍ରହଣ କରିବେ।

Share