Categories: ଜାତୀୟ

କର୍ନାଟକ ମୁଖ୍ୟମନ୍ତ୍ରୀ ପଦରୁ ହଟିବେ ସିଦ୍ଦେରମେୟା! ମୁଖ୍ୟମନ୍ତ୍ରୀ କିଏ ହେବ ପ୍ରଶ୍ନରେ ବଡ଼ ବୟାନ ଦେଲେ ଶିବକୁମାର

ବେଙ୍ଗାଲୁରୁ,୩୦।୬: କନର୍ର୍ାଟକର ମୁଖ୍ୟମନ୍ତ୍ରୀ ପରବିର୍ତ୍ତନ ନେଇ ଦଳ ଭିତରେ ତଥା ବାହାରେ ଚାପା ଗୁଞ୍ଜରଣ ଚାଲିଥିବାବେଳେ କର୍ନାଟକ କଂଗ୍ରେସ ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମୋତେ ମୁଖ୍ୟମନ୍ତ୍ରୀ ହେବାପାଇଁ କାହାର ସୁପାରିଶର ଆବଶ୍ୟକତା ନାହିଁ। ସିଏମ କରାଯିବା ଉଚିତ କି ନୁହେଁ ତାହା ମଧ୍ୟ ହାଇ କମାଣ୍ଡ ନିଷ୍ପତ୍ତି ନେବେ।

ଗଣମାଧ୍ୟକୁ ସାକ୍ଷାତ କରିି ଶିବକୁମାର କହିଛନ୍ତି, ଉପମୁଖ୍ୟମନ୍ତ୍ରୀଙ୍କ ବିଷୟରେ କୌଣସି ଆଲୋଚନା ହୋଇନାହିଁ ଏବଂ ମୁଖ୍ୟମନ୍ତ୍ରୀଙ୍କ ପଦବୀ ଉପରେ ମଧ୍ୟ ଆଲୋଚନା ହେବାର ପ୍ରଶ୍ନ ନାହିଁ। ମୁଁ ଅନୁରୋଧ କରୁଛି ଯେ, ସିଏମ ପଦ ପାଇଁ ମୋତେ କେହି ସୁପାରିଶ କରନ୍ତୁ ନାହିଁ।

ଶିବାକୁମାର ଆହୁରି ମଧ୍ୟ କହିଛନ୍ତି, କର୍ନାଟକର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ମୁଖ୍ୟମନ୍ତ୍ରୀ ଏବଂ ମୁଁ ସମସ୍ତ ପ୍ରକାର ଉଦ୍ୟମ କରୁଛୁ। ବିଧାୟକ ଏବଂ ମନ୍ତ୍ରୀମାନଙ୍କର ଏ ସମ୍ପର୍କରେ ଆଲୋଚନା କରିବାର ଆବଶ୍ୟକତା ନାହିଁ । ଯଦି ସେମାନେ ମୋତେ ସମର୍ଥନ କରିବାକୁ ଚାହାଁନ୍ତି, ସେମାନେ ମୋ ପାଇଁ ପ୍ରାର୍ଥନା କରନ୍ତୁ। ଏହି କଥା ଏହିଠି ହିଁ ଶେଷ ହୋଇଯିବା ଉଚିତ।

ଶିବକୁମାର ଗଣମାଧ୍ୟମରେ ମନ୍ତ୍ରୀମାନଙ୍କୁ ଚେତାବନୀ ଦେଇ କହିଛନ୍ତି, କେହି ବି ଗଣମାଧ୍ୟରେ ଉପମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ପଦବୀ ସମ୍ପର୍କରେ ଆଲୋଚନା କରନ୍ତୁ ନାହିଁ। ଦଳ ପାଇଁ ଅନୁଶାସନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ବିନା କିଛି ନାହିଁ ବୋଲି ସେ କହିଛନ୍ତି। ଦଳକୁ କ୍ଷମତାକୁ ଆଣିବା ପାଇଁ ଆମେ କେତେ ପରିଶ୍ରମ କରିଛୁ ତାହା ଆମେ ଜାଣିଛୁ।

Share