Categories: ଜାତୀୟ

ବର୍ଷକ ମଧ୍ୟରେ ଭାଙ୍ଗିବ ସିଦ୍ଦରାମାୟାଙ୍କ ସରକାର: କୁମାରସ୍ବାମୀ…

ବେଙ୍ଗାଲୁରୁ,୪।୭ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ଧର୍ମନିରପେକ୍ଷ (ଜେଡିଏସ) ନେତା ଏଚଡି କୁମାରସ୍ବାମୀ ଏକ ବଡ଼ ଦାବି କରିଛନ୍ତି । ସେ ମଙ୍ଗଳବାର କହିଛନ୍ତି କର୍ନାଟକରେ ମଧ୍ୟ ମହାରାଷ୍ଟ୍ର ଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ୨୦୧୯ରେ,କିଏ ଭାବିଥିଲେ ମୋ ସରକାରର ପତନ ହେବ ବୋଲି। ମହାରାଷ୍ଟ୍ରରେ ମଧ୍ୟ ସମାନ ଘଟଣା ଘଟିଛି।

ମହାରାଷ୍ଟ୍ରର ଆଶ୍ଚର୍ଯ୍ୟଜନକ ଘଟଣା ପରେ ମୁଁ ଭୟ କରୁଛି କର୍ନାଟକରେ ଅଜିତ ପାୱାର ଭାବରେ କିଏ ଉଭା ହେବେ? କର୍ନାଟକରେ ସରକାରଙ୍କ ପତନ ପାଇଁ ଅଧିକ ସମୟ ଲାଗିବ ନାହିଁ। ଗୋଟିଏ ବର୍ଷ ମଧ୍ୟରେ କଂଗ୍ରେସ ସରକାର କ୍ଷମତା ଚ୍ୟୁତ ହେବ। ତେବେ ରାଜ୍ୟରେ ଅଜିତ ପାୱାର କିଏ ହେବେ ମୁଁ ଏଠାରେ କହିବି ନାହିଁ, କିନ୍ତୁ ଏହା ଶୀଘ୍ର ଘଟିବାକୁ ଯାଉଛି ମୁଁ ଜାଣିଛି।

ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି କଂଗ୍ରେସର ମନୋଭାବ ଯୋଗୁଁ ଏହି ଦେଶରେ ଏକ ବଡ଼ ମେଣ୍ଟ ସମ୍ଭବ ନୁହେଁ। ରାଜ୍ୟ କଂଗ୍ରେସରେ କନ୍ଦଳ ଜାରି ରହିଛି। ଏହା ଶୀଘ୍ର ପଦାରେ ପଡ଼ିବ।

Share