୫ ବର୍ଷ ପୂର୍ବେ ବିବାହ କରିଥିଲେ ସିଦ୍ଧାନ୍ତ; ହଠାତ୍‌ ମୃତ୍ୟୁକୁ ନେଇ ଶୋକରେ ପରିବାର

ବମ୍ବେ: ଥିଲେ ବେଶ ଫିଟ୍‌ନେସ୍‌ ଫ୍ରିକ୍‌। ହେଲେ ଜିମ୍‌ରେ ଓ୍ବାର୍କଆଉଟ୍‌ କରିବା ବେଳେ ହୃଦ୍‌ଘାତ ଯୋଗୁ ଚାଲିଯାଇଛି ଜୀବନ। ମାତ୍ର ୪୬ ବର୍ଷ ବୟସରେ ଟେଲିପରଦାର ଜଣାଶୁଣା ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ମୃତ୍ୟୁ ଘଟିଛି। ୨୦୦୧ରୁ ଅଭିନୟ ଦୁନିଆରେ ସକ୍ରିୟ ଥିବା ଅଭିନେତାଙ୍କ ହଠାତ ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି ତାଙ୍କର ପ୍ରଶଂସକ। ପରିବାର ମଧ୍ୟ ଶୋକରେ ବୁଡ଼ି ଯାଇଛି।

ଦୁଇଥର ବିବାହ କରିଛନ୍ତି ସିଦ୍ଧାନ୍ତ। ୨୦୦୦ରେ ସେ ଇରା ସୂର୍ଯ୍ୟବଂଶୀଙ୍କୁ ପ୍ରଥମ ବିବାହ କରିଥିଲେ। ୨୦୧୫ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା। ପ୍ରଥମ ବିବାହ ପରେ ସିଦ୍ଧାନ୍ତ ପୁଣି ଥରେ ମଡେଲ ଆଲିସିଆ ରାଉତଙ୍କ ପ୍ରେମରେ ପଡ଼ିଥିଲେ। ଉଭୟ ୫ ବର୍ଷ ପୂର୍ବେ ବିବାହ କରିନେଇଥିଲେ।

ପ୍ରଥମ ବିବାହରୁ ସିଦ୍ଧାନ୍ତଙ୍କ ଏକ ଝିଅ ରହିଛି। ସେହିଭଳି ଦ୍ୱିତୀୟ ପତ୍ନୀଙ୍କ ପ୍ରଥମ ବିବାହରୁ ତାଙ୍କର ଏକ ପୁଅ ମଧ୍ୟ ଅଛି। ଏବେ ସିଦ୍ଧାନ୍ତ ସ୍ତ୍ରୀଙ୍କ ମଡେଲ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ରେ କାମ କରୁଥିଲେ। ହେଲେ ହଠାତ ତାଙ୍କର ମୃତ୍ୟୁ ସମସ୍ତଙ୍କୁ ଭାଙ୍ଗି ଦେଇଛି। ସୋସିଆଲ ମିଡିଆରେ କଳାକାରମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି।

Share