ଫିଲ୍ମରେ ପୁତୁରାଙ୍କ କିସ୍‌ ସିନ୍‌ ଦେଖି ଫୋନ୍‌ କଲେ ଦାଦା: କହିଲେ ଏମିତି…

ଦୀପିକା ପାଦୁକୋନଙ୍କ ରୋମାନ୍ସ ଫିଲ୍ମ ଗେହରାଇୟାଁ ରିଲିଜ ହୋଇଛି ।ନିକଟରେ ଫିଲ୍ମର କାଷ୍ଟ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ। ଶୋରେ ସେ ଫିଲ୍ମ ସହିତ ଜଡିତ ଅନେକ ଜିନିଷ ଶେୟାର କରିଥିଲେ । ଏଥି ସହିତ କପିଲ ମଧ୍ୟ ସମସ୍ତଙ୍କ ସହ ମଜା କରୁଥିବା ଦେକିବାକୁ ମିଳିଥିଲା ।
ଏହାରି ମଧ୍ୟରେ ଶୋରେ ଦୀପିକାକୁ ବହୁତ ପ୍ରଶ୍ନ ପଚରା ଯାଇଥିଲା । ଯେଉଁଥିରେ ସେ କହିଥିଲେ, କିସ୍‌ ସିନ୍‌କୁ ନେଇ ସିନ୍ଧାନ୍ତ ବହୁତ ଡରି ଯାଇଥିଲେ। ହେଲେ ପରେ ସବୁ ଠିକ୍‌ ଠାକ୍‌ ହୋଇଗଲା। ହେଲେ ପରେ ସିଦ୍ଧାନ୍ତ ଦୀପିକାଙ୍କ ସହ କିସିଂ ସିନକୁ ମଜାଳିଆ କଥା କହିଛନ୍ତି, ସେ କହିଛନ୍ତି, ‘ଯେତେବେଳେ ଫିଲ୍ମର ଟ୍ରେଲର ରିଲିଜ ହେଲା ସେତେବେଳେ ଗାଁରୁ ତାଙ୍କ ସମ୍ପର୍କୀୟ ଦାଦାଙ୍କର ଫୋନ ଆସିଲା, ତାଙ୍କ ବାପା ଫୋନ ଉଠାଇଲେ । ସେ ତାଙ୍କୁ କହିଲେ ଯେ ଏ ସବୁ କଣ ଘଟୁଛି ସତରେ ଏହା କଣ ହଉଛି । ସେ କହିଲେ ଏହି କିସିଂ ସିନରେ ଦୁହେଁ ଦୁହିଁଙ୍କ ଓଠକୁ ଛୁଉଁଛନ୍ତି। ନା ମଝିରେ ଗ୍ଲାସ ରଖାଯାଇଛି? ପାପା କହିଲେ ଏହାର ଉତ୍ତର ମୁଁ କ’ଣ ଦେବି? ଚୁପ ରହିଥିଲେ । ପରେ କପିଲ ପଚାରିଥିଲେ କି, ‘ଚାଚାଙ୍କ ବୟସ କେତେ? ‘ସିଦ୍ଧାନ୍ତ କହିଥିଲେ, ତାଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ। ତା’ପରେ ସମସ୍ତେ ହସିବାକୁ ଲାଗିଥିଲେ ।

Share