ପୋଲିସ ଭୂମିକାରେ ସିଦ୍ଧାର୍ଥ

ମୁମ୍ବାଇ : ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ନିକଟରେ ରୋହିତ ସେଟ୍ଟୀଙ୍କ ୱେବ୍‌ ସିରିଜ୍‌ରେ ପୋଲିସ ଅଫିସର ଭୂମିକାରେ ଅଭିନୟ କରୁଛନ୍ତି। ଏହା ମଧ୍ୟରେ ତାଙ୍କୁ ଆଉ ଏକ ବଡ଼ ଅଫର ମିଳିଛି। ସେ ପୁଣି ଥରେ ପୋଲିସ ଅଫିସର ଭୂମିକାରେ ନଜର ଆସିବେ। ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ମୁଭି ରାୱଡି ରାଠୋରରେ ଅକ୍ଷୟଙ୍କ ବଦଳରେ ସିଦ୍ଧାର୍ଥ ପୋଲିସ ଭୂମିକାରେ ଅଭିନୟ କରିବେ। ଫିଲ୍ମ ପ୍ରଯୋଜକ ସବିନା ଖାନ ଏନେଇ ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ଏହି ଫିଲ୍ମ ପରଦାକୁ ଆସିବାକୁ ଯାଉଛି ବୋଲି ପ୍ରଯୋଜକ କହିଛନ୍ତି। ଓଟିଟିରେ ମଧ୍ୟ ସିଦ୍ଧାର୍ଥ ଏକ ପୋଲିସ ଅଫିସର ଭୂମିକାରେ ଶିଳ୍ପା ଶେଟ୍ଟୀ ଏବଂ ବିବେକ ଓବରଏଙ୍କ ସହ ଏକାଠି ନଜର ଆସୁଛନ୍ତି। ତେବେ ବିବାହ ପରେ ସେ କରନ ଜୋହରଙ୍କ ଫିଲ୍ମ ‘ୟୋଦ୍ଧା’ରେ କାମ କରିବା ଆରମ୍ଭ କରିଛନ୍ତି। ଏଥିରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଦିଶା ପଟ୍ଟାନୀ ଏବଂ ରାଶି ଖାନ୍‌ ଦେଖିବାକୁ ମିଳିବେ। ଜୁଲାଇ ୭ରେ ଫିଲ୍ମ ରିଲିଜ୍‌ ହେବାର ଯୋଜନା ରହିଛି। ଏଥିସହ ସେ ଆୟୁଷମାନ୍‌ ଖୁରାନାଙ୍କ କମେଡି ଫିଲ୍ମ ‘ଡ୍ରିମ୍‌ ଗର୍ଲ-୨’ରେ ନଜର ଆସିବେ।

Share