କିଆରା-ସିଦ୍ଧାର୍ଥଙ୍କ ଗ୍ରାଣ୍ଡ ୱେଲକମ

ମୁମ୍ବାଇ: ସେଲିବ୍ରିଟି କପୁଲ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା ୭ ଫେବୃୟାରୀରେ ରାଜସ୍ଥାନ ଜୈସଲମରର ସୂର୍ଯ୍ୟଗଡ଼ ପ୍ୟାଲେସରେ ଟ୍ରାଡିସନାଲ ୱେଡିଂ ଫଙ୍କସନରେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ଗ୍ରାଣ୍ଡ ୱେଡିଂ ପରେ ନ୍ୟୁଲି ୱେଡ କପୁଲ ୮ ଫେବୃୟାରୀରେ ଦିଲ୍ଲୀ ପହଞ୍ଚିଛନ୍ତି । ସେଠାରେ ବର କନ୍ୟା ଅର୍ଥାତ୍ ସିଦ୍ଧାର୍ଥ ଓ କିଆରାଙ୍କ ପରିବାର ଏମାନଙ୍କୁ ଗ୍ରାଣ୍ଡ ୱେଲକମ କରିଛନ୍ତି ।
ଦିଲ୍ଲୀ ପହଞ୍ଚିବା ପରେ ଏହି ଷ୍ଟାର କପଲ ମିଡିଆ ସହ ବି କଥା ହୋଇଛନ୍ତି । ଏହି ସମୟରେ କପଲ ରେଡ କଲର ଆଉଟଫିଟରେ ଟ୍ୱିନିଂ କରିଥିବା ନଜର ଆସିଥିଲା । ସିଦ୍ଧାର୍ଥଙ୍କ ଦିଲ୍ଲୀ ସ୍ଥିତ ଘର ବାହାରେ ଢୋଲ ବଜାଇ ନୂଆ ବୋହୂଙ୍କୁ ସ୍ୱାଗତ କରାଯାଇଥିଲା । ଏଥିରେ କିଆରା ଓ ସିଡ ଦିଲ ଖୋଲି ନାଚିଥିଲେ ।
ବିବାହ ପରେ ଦିଲ୍ଲୀରେ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା ରେଡ କଲର ଆଉଟ ଫିଟରେ ଟ୍ୱିନିଂ କରି ଟ୍ରାଡିଶନାଲ ଲୁକରେ ଖୁବ୍ ସୁନ୍ଦର ଲାଗୁଥିଲେ । ଜୈସଲମେରରୁ ୱେଷ୍ଟର୍ଣ୍ଣ ଡ୍ରେସରୁ ବାହାରି ଯୋଡା ରେଡ କଲର ଏଥେନିକ ଆଉଟଫିଟସ୍‌ରେ ଦିଲ୍ଲୀ ପହଞ୍ଚିଥିଲେ ।

Share