ବିବାହ ପରେ ପ୍ରଥମଥର ନଜର ଆସିଲେ ସିଦ୍ଧାର୍ଥ-କିଆରା

ବଲିଉଡ ନବଦମ୍ପତି ସିଦ୍ଧାର୍ଥ ଏବଂ କିଆରା ବିବାହ ପରେ ବିମାନବନ୍ଦରରେ ପ୍ରଥମ ଥର ଏକାଠି ଦେଖିବାକୁ ମିଳିଛି। କିଆରା ମଥାରେ ସିନ୍ଦୁର, ହାତରେ ଚୁଡି ପିନ୍ଧି ଖୁବ୍‌ ସୁନ୍ଦର ଦେଖାଯାଉଥିଲେ। ସେହିପରି ସିଦ୍ଧାର୍ଥ ମଧ୍ୟ ଶୁଟ୍‌ରେ ନଜର ଆସିଥିଲେ। ଉଭୟ ହାତ ଧରାଧରି ହୋଇ ଫଟୋ ପୋଜ୍‌ ଦେଇଥିଲେ। ସିଦ୍ଧାର୍ଥ ଏବଂ କିଆରା ଜୈସାଲମିରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି।
ଫେବୃଆରୀ ୯ରେ ସିଦ୍ଧାର୍ଥ ମାଲହୋତ୍ରା ତାଙ୍କର ସମସ୍ତ ସମ୍ପର୍କୀୟ, ଘନିଷ୍ଠ ବନ୍ଧୁ ଏବଂ ଅନ୍ୟ ସେଲିବ୍ରିଟିମାନଙ୍କ ପାଇଁ ଦିଲ୍ଲୀରେ ଏକ ରିସେପ୍ସନ ପାର୍ଟି ଦେବେ। ରିସେପ୍ସନ ପରେ ଫେବୃଆରୀ ୧୦ରେ ସିଦ୍ଧାର୍ଥ ଏବଂ କିଆରା ଦିଲ୍ଲୀରୁ ମୁମ୍ବାଇ ଯିବେ। ୧୨ ଫେବୃଆରୀରେ ମୁମ୍ବାଇରେ ମଧ୍ୟ ଆଉ ଏକ ରିସେପ୍ସନ ପାର୍ଟିର ଆୟୋଜନ କରାଯିବ।

Share