ଇଦ୍‌ ପାର୍ଟିରେ ଏକାଠି ନଜର ଆସିଲେ ସିଦ୍ଧାର୍ଥ-କିଆରା

ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଯୋଡ଼ି ଏବେ ଚର୍ଚ୍ଚାରେ। ନିକଟରେ ଦୁହିଁଙ୍କ ମଧ୍ୟରେ ବ୍ରେକ୍‌ଅପ ହୋଇଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା। ହେଲେ ସିଦ୍ଧାର୍ଥ ଏବଂ କିଆରା ଏ ନେଇ କୌଣସି ସୂଚନା ମିଳିନାହିଁ। ଏହାରି ମଧ୍ୟରେ ଦୁହେଁ ଇଦ୍‌ ପାର୍ଟିରେ ଏକାଠି ନଜର ଆସିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖିଲା ପରେ ଲାଗୁଛି ଯେମିତି ଦୁହିଁଙ୍କର ବ୍ରେକ୍‌ଅପ ହୋଇ ନାହିଁ। କିଆରା ଧଳା ରଙ୍ଗର ଟପ ଏବଂ ପ୍ଲାଜୋ ପିନ୍ଧିଥିବାବେଳେ ସିଦ୍ଧାର୍ଥ କଳା କୁର୍ତ୍ତାରେ ନଜର ଆସିଥିଲେ। ଦୁହେଁ ଏକାଠି ମିଶି କି ପାର୍ଟି ଭିତରକୁ ଚାଲି ଯାଇଥିଲେ। ଯେତେବେଳେ ସେଠାରେ ଉପସ୍ଥିତ ଥିବା ଫଟୋଗ୍ରାଫର ଉଭୟଙ୍କୁ ଏକାଠି ପୋଜ କରିବାକୁ କହିଥିଲେ, ସେ ସମ୍ପୂର୍ଣ୍ଣ ଭାବରେ ମନା କରି ଦେଇଥିଲେ।

 

Share