ଡିସେମ୍ବରରେ ବିବାହ କରିବେ ସିଦ୍ଧାର୍ଥ- କିଆରା

ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ବର୍ତ୍ତମାନ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୁହେଁ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। କୁହାଯାଉଛି ସେମାନେ ଡିସେମ୍ବରରେ ହାତକୁ ଦି’ହାତ ହେବେ। ହେଲେ ଦୁହିଁଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ।
ରିପୋର୍ଟ ଅନୁଯାୟୀ, ଦୀର୍ଘଦିନର ସମ୍ପର୍କକୁ ବିବାହର ନାମ ଦେବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ଲଭ୍‌ବାର୍ଡ। ଏବେ ବିବାହର ଲୋକେଶନ ଖୋଜିବାରେ ଲାଗି ପଡିଛନ୍ତି। ନିକଟରେ ସେମାନେ ପଞ୍ଜାବ ରାଜଧାନୀ ଚଣ୍ଡିଗଡରେ ବିବାହ କରିବେ ବୋଲି ଶୁଣାଯାଉଥିଲା।

Share