ଫେବୃୟାରୀରେ ବିବାହ କରିବେ କିଆରା-ସିଦ୍ଧାର୍ଥ!

ମୁମ୍ବାଇ: ବଲିଉଡ ସେଲିବ୍ରିଟି କିଆରା ଆଡଭାନି ଓ ସିଦ୍ଧାର୍ଥ ମାଲହୋତ୍ରା ଏବେ ବିବାହକୁ ନେଇ ଅଛନ୍ତି ଚର୍ଚ୍ଚାରେ । ମିଳିଥିବା ସଦ୍ୟ ସୂଚନା ଅନୁଯାୟୀ, ଏମାନେ କୁଆଡେ ଫେବୃୟାରୀ ୨୦୨୩ରେ ବିବାହ କରିବେ । ୱେଡିଂ ଭେନ୍ୟୁରୁ ବିବାହ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଏହାକୁ ନେଇ କିଛି ନା କିଛି ଅପଡେଟ ସାମ୍ନାକୁ ଆସୁଛି । ଏବେ ଶୁଣିବାକୁ ମିଳିଛି କି ଏମାନେ ଫେବୃୟାରୀ ୬ରେ ବିବାହ କରିବେ । ପ୍ରିୱେଡିଂ ଫଙ୍କସନ ୪-୫ ଫେବୃୟାରୀରେ ହେବ । ଏଥିରେ କେବଳ ପରିବାର ସଦସ୍ୟ ସାମିଲ ହେବେ ।
କୁହାଯାଉଛି କି ଭିକ୍କି ଓ କ୍ୟାଟ୍ରିନାଙ୍କ ଭଳି କିଆରା ଓ ସିଦ୍ଧାର୍ଥ ବିବାହ ପାଇଁ ରାଜ ପ୍ରସାଦକୁ ବାଛିଛନ୍ତି । କେବଳ ସେତିକି ନୁହେଁ ବିବାହରେ ଟାଇଟ ସୁକ୍ୟୁରିଟି ବ୍ୟବସ୍ଥା ବି କରାଯାଇଛି । ପ୍ରିୱେଡିଂ ଠାରୁ ବିବାହ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ପ୍ୟାଲେସ ଭିତରେ ରହିବ । କୁହାଯାଉଛି କି ୩ ଫେବୃୟାରୀରେ ଜୈସଲମେର ପ୍ୟାଲେସ ପାଇଁ ସୁକ୍ୟୁରିଟି ପଠାଇ ଦିଆଯିବ । ରାଜସ୍ଥାନର ଆଲିଶାନ ଜୈସଲମେର ପ୍ୟାଲେସ ହୋଟେଲରେ କପୁଲଙ୍କ ବିବାହ ଅନୁଷ୍ଠିତ ହେବ । ତେବେ ଏହି ବିବାବାହକୁ ନେଇ ଏବେ ପର୍ଯ୍ୟନ୍ତ କୌଣସି ଅଫିସିୟାଲ ଆନାଉନସମେଣ୍ଟ ହୋଇନାହିଁ । ଏହି ବିବାହ ଖବର ମଧ୍ୟରେ କିଆରା ଓ ସିଦ୍ଧାର୍ଥ ୨୯ ଡିସେମ୍ବରରେ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ ହୋଇଛନ୍ତି ।

Share