Categories: ଜାତୀୟ

ସିଦ୍ଧାର୍ଥଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ରାହୁଲ

ନୂଆଦିଲ୍ଲୀ,୨ ।୯: ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି । ମନୋରଞ୍ଜନ ଦୁନିଆ ଏହି ଖବରକୁ ନେଇ ଶୋକରେ ଥିବା ବେଳେ ସୋସିଆଲ ମିଡିଆରେ ଅଧିକାଂଶ ସେଲିବ୍ରିଟି ସେମାନଙ୍କର ଶୋକ ବ୍ୟକ୍ତ କରୁଛନ୍ତି ଓ ପରିବାର ପ୍ରତି ସମବେଦନା ଜଣାଉଛନ୍ତି । ଇତିମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବି ଶୋକ ପ୍ରକାଶ କରିଛନ୍ତି । ଏକ ଫେସବୁକ୍ ପୋଷ୍ଟରେ ରାହୁଲ ଲେଖିଛନ୍ତି, ସିଦ୍ଧାର୍ଥ ଶୁକ୍ଳାଙ୍କ ପରିବାର, ବନ୍ଧୁ ତଥା ପ୍ରଶଂସକଙ୍କ ପ୍ରତି ମୋର ସମବେଦନା । ଏତେ କମ୍ ବୟସରେ ଅଭିନେତାଙ୍କ ମୃତ୍ୟୁ ସାରା ଦେଶପାଇଁ ଦୁଃଖଦାୟକ । ସୂଚନାଯୋଗ୍ୟ, ମୁମ୍ବାଇରେ ଜନ୍ମ ସିଦ୍ଧାଥଙ୍କ ପରିବାରରେ ତାଙ୍କ ମା’ ଓ ଦୁଇ ବଡ ଭଉଣୀ ରହିଛନ୍ତି । ପିତା ଜଣେ ସିିଭିଲ ଇଞ୍ଜିନିୟର ଥିବା ବେଳେ ବହୁ ଆଗରୁ ତାଙ୍କର ପରଲୋକ ହୋଇଛି । ଗୁରୁବାର ସକାଳେ ସିଦ୍ଧାର୍ଥଙ୍କୁ ବେହୋସ ଅବସ୍ଥାରେ ତାଙ୍କ ଭଉଣୀ, ଭିଣୋଇ ହସ୍ପିଟାଲ ନେଇଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏବେ ଅପେକ୍ଷା ତାଙ୍କ ପୋଷ୍ଟ ମର୍ଟମ ରିପୋର୍ଟକୁ । ଡାକ୍ତର ତାଙ୍କୁ ‘ଡେଥ୍ ବିଫୋର ଆରାଇଭାଲ’ ରିପୋର୍ଟ ଦେଇଥିବା ବେଳେ ଏବେ ପୋଷ୍ଟ ମର୍ଟମ ରିପୋର୍ଟରୁ ହିଁ ସ୍ପଷ୍ଟ ହେବ କେମିତି ହୋଇଛି ସିଦ୍ଧାର୍ଥଙ୍କ ମୃତ୍ୟୁ ।

Share