Categories: ଭଦ୍ରକ

୭ ଦିନର ଯାତ୍ରା ପରେ ୟୁକ୍ରେନ୍‌ରୁ ଆସିଲେ ସିଦ୍ଧାର୍ଥ

ଧାମନଗର, ୯।୩: ରୁଷିଆ ଲଗାତାର ଭାବେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ସେଠାରେ ରହୁଥିବା ଓଡ଼ିଶାର ଛାତ୍ରୀଛାତ୍ର ଭୟ ଓ ଆଶଙ୍କା ଭିତରେ ଥିବା ବେଳେ ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚେଷ୍ଟା ଜାରି ରଖିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଏକ ସ୍ବତନ୍ତ୍ର ବିମାନ ଯୋଗେ ୟୁକ୍ରେନରେ ପଡ଼ୁଥିବା ୭୭ ଜଣ ଛାତ୍ରୀଛାତ୍ର ସୋମବାର ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚତ୍ଥିଲେ। ସେମାନଙ୍କ ମଧ୍ୟରୁ ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ଭଗବାନପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଖଗେଶ୍ୱର ମହାପାତ୍ର ଓ ତାଙ୍କର ସହଧର୍ମିଣୀ ନୋଡାଲ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମଞ୍ଜିଷ୍ଠା ମିଶ୍ରଙ୍କ ପୁଅ ସିଦ୍ଧାର୍ଥ ମହାପାତ୍ର। ୨୦୧୬ ମସିହାରୁ ୟୁକ୍ରେନର ଭିଏନ କାର୍ଜୀନ ୟୁନିଭର୍ସିଟିକୁ ମେଡିକାଲ(ମେଡିସିନ) ପଢ଼ିବାକୁ ଯାଇଥିଲେ। ଆସନ୍ତା ଏପ୍ରିଲ ୨୦୨୨ରେ ତାଙ୍କ ପାଠ୍ୟକ୍ରମ ଶେଷ ହୋଇଥାନ୍ତା । ଓଡ଼ିଶା ସରକାରଙ୍କ ଦ୍ୱାରା ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ୭ ଦିନର ଯାତ୍ରା ପରେ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିଥିଲେ।