ସାମନ୍ଥାକୁ ଇଙ୍ଗିତ କରି ଏପରି କହିଲେ ସିଦ୍ଧାର୍ଥ

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ନାରାୟଣଙ୍କୁ କିଏ ବା ନ ଜାଣେ, ଆସନ୍ତା ୧୪ ତାରିଖରେ ରିଲିଜ ହେବାକୁ ଯାଉଛି ତାଙ୍କର ତେଲୁଗୁ ଫିଲ୍ମ ‘ମହାସମୁଦ୍ରମ’ । ଏହି ଫିଲ୍ମଟିରେ ପ୍ରେମ ଓ ଧୋକା ବିଷୟ ଉପରେ ରହିଛି। ପୂର୍ବରୁ ସିଦ୍ଧାର୍ଥ ଏବଂ ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁ ପରସ୍ପରକୁ ଡେଟ୍‌ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ସମ୍ପର୍କ ଆଗକୁ ବଢ଼ି ପାରି ନଥିଲା। ନିକଟରେ ସିଦ୍ଧାର୍ଥଙ୍କର ଏକ ଟୁଇଟ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଲେଖିଛନ୍ତି ଯେ, ଧୋକାବାଜମାନେ କେବେ ଶାନ୍ତିରେ ରୁହନ୍ତି ନାହିଁ। ଏହା ତାଙ୍କୁ ସ୍କୁଲ ବେଳେ ଶିକ୍ଷକ କହିଥିବା ସିଦ୍ଧାର୍ଥ କହିଛନ୍ତି ।

ତେବେ ଏହା ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଏବଂ ଅନ୍ୟ କାହା ଉଦ୍ଦେଶ୍ୟରେ ସେ ଏହି ପୋଷ୍ଟ ଲେଖି ନାହାନ୍ତି ବୋଲି କହିଛନ୍ତି ସିଦ୍ଧାର୍ଥ । କିନ୍ତୁ ସାମନ୍ଥା ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ପରେ ସିଦ୍ଧାର୍ଥ ଏପରି କହିଥିବା ଅନୁମାନ କରାଯାଉଛି।

Share