ଆୱାର୍ଡ ଶୋ’ରେ ଷ୍ଟେଜ୍‌ ତଳେ ବସି ଏମିତି କରୁଥିଲେ ସିଦ୍ଧାର୍ଥ- କିଆରା

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ବର୍ତ୍ତମାନ ବି-ଚର୍ଚ୍ଚିତ ଯୋଡ଼ି। ଦୀର୍ଘ ଦିନ ଧରି ସେମାନଙ୍କ ସମ୍ପର୍କକୁ ନେଇ ଆଲୋଚନା ଚାଲିଛି। ଏକ ଆୱାର୍ଡ ଶୋ’ରେ ଦୁହିଁଙ୍କୁ ପୁଣି ଥରେ ଏକାଠି ଦେଖିବାକୁ ମିଳିଥିଲା। ଯେଉଁଠାରେ ଅର୍ଜୁନ କପୁର୍‌ ଷ୍ଟେଜ ଉପରେ ଭାଷଣ ଦେଉଥିବା ବେଳେ ଦୁହେଁ ଗପିବାରେ ବ୍ୟସ୍ତ ଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।
ତେବେ ଭିଡିଓରେ କିଆରା ବାଇଗଣି ରଙ୍ଗର ଡ୍ରେସ ପିନ୍ଧିଥିବା ବେଳେ ସିଦ୍ଧାର୍ଥ କମଳା ରଙ୍ଗର ଡ୍ରେସ୍‌ରେ ନଜର ଆସିଛନ୍ତି । ଷ୍ଟେଜ ଉପରରେ ଅର୍ଜୁନ ଭାଷଣ ଦେଉଥିବାବେଳେ ସିଦ୍ଧାର୍ଥ-କିଆରା ଦୁହେଁ ଚେୟାରରେ ବସି ନିଜ ନିଜ କଥାରେ ବ୍ୟସ୍ତ ଥିବାର ଦେଖିବାକୁ ମିଳିଛି। ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Share