୦.୧୮%ଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୨୦ା୧: ଭାରତରେ ଦିଆଯାଉଥିବା କରୋନା ଟିକା ସୁରକ୍ଷିତ। ଏବେ ସୁଦ୍ଧା ସାଢ଼େ ୪ ଲକ୍ଷରୁ ଅଧିକ ଲୋକଙ୍କୁ ଭାକ୍ସିନ ଦିଅ।ଯାଇସାରିଛି। ସେମାନଙ୍କ ମଧ୍ୟରୁ ମାତ୍ର ୦.୧୮ ପ୍ରତିଶତଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ପରିଲିକ୍ଷିତ ହୋଇଛି ଏବଂ ୦.୦୦୨ ପ୍ରତିଶତ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି। ସାରା ବିଶ୍ୱରେ ଟିକା ନେଇ ଅସୁସ୍ଥ ହୋଇଥିବା ଲୋକଙ୍କ ତୁଳନାରେ ଏହି ସଂଖ୍ୟା ବହୁତ କମ୍‌। ତେଣୁ ଭାରତରେ ଦିଆଯାଉଥିବା ଟିକା ସୁରକ୍ଷିତ ବୋଲି ସେ କହିଛନ୍ତି।

୬ ଦେଶକୁ ରପ୍ତାନୀ

ଭାରତ ବୁଧବାରଠାରୁ ୬ ପଡ଼ୋଶୀ ଓ ସହଯୋଗୀ ରାଷ୍ଟ୍ରକୁ କରୋନା ଭାକ୍ସିନ ଯୋଗାଇବ। ଭୁଟାନ, ମାଳଦ୍ୱୀପ, ବାଂଲାଦେଶ, ନେପାଳ, ମ୍ୟାନ୍‌ମାର ଓ ସେଚେଲ୍ସ ଆବଶ୍ୟକତା ଅନୁସାରେ ପର୍ଯ୍ୟାୟକ୍ରମେ ଟିକା ପାଇବେ ବୋଲି ମଙ୍ଗଳବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share