ରୋକିହେବ ଆଣ୍ଟିବାୟୋଟିକର ସାଇଡ୍‌ ଇଫେକ୍ଟ

କୌଣସି ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ତାହାର ଲକ୍ଷଣକୁ ଅନୁଧ୍ୟାନ କରି ଡାକ୍ତର ଔଷଧ ସହ ଆଣ୍ଟିବାୟୋଟିକ ଖାଇବାକୁ ପରମର୍ଶ ଦେଇଥାଆନ୍ତି। ତେବେ କେତେକ ଆଣ୍ଟିବାୟୋଟିକର ସାଇଡ୍‌ ଇଫେକ୍ଟ ଦେଖିବାକୁ ମିଳିଥାଏ। ନିକଟରେ ହଲାଣ୍ଡର ବୈଜ୍ଞାନିକମାନେ ଏପରି ଏକ ଔଷଧ ପ୍ରସ୍ତୁତ କରିଛନ୍ତି, ଯାହା ଆଣ୍ଟିବାୟୋଟିକର ସାଇଡ୍‌ ଇଫେକ୍ଟକୁ ପ୍ରତିହତ କରିବାରେ ସକ୍ଷମ ହେବ। କେତେକ ଆଣ୍ଟିବାୟୋଟିକ ଆମ ଶରୀରରେ ଥିବା କିଛି ସୁସ୍ଥ ବ୍ୟାକ୍ଟେରିଆକୁ ନଷ୍ଟ କରିଦେଇଥାଏ। ହେଲେ ସାଇଡ୍‌ ଇଫେକ୍ଟଯୁକ୍ତ ଆଣ୍ଟିବାୟୋଟିକ ସହ ଏହି ଔଷଧକୁ ସେବନ କଲେ ଉକ୍ତ ସୁସ୍ଥ ବ୍ୟାକ୍ଟେରିଆକୁ ସୁରକ୍ଷିତ ରଖିଥାଏ। ତା’ସହ ଶରୀର ଭିତରେ ଥିବା କ୍ଷତିକାରକ କୀଟାଣୁଗୁଡିକୁ ନଷ୍ଟ କରିଦିଏ। ତେବେ ଏପରି ନୂତନ ଔଷଧକୁ ନେଇ ଅଧିକ ତର୍ଜମା ଜାରି ରହିଛି ଏବଂ ଖୁବ୍‌ଶୀଘ୍ର ଏହି ଔଷଧ ବଜାରରେ ଉପଲବ୍ଧ ହେବ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।