ନୂଆଦିଲ୍ଲୀ,୧୪।୩: ଅଷ୍ଟ୍ରାଜେନିକା ପ୍ରସ୍ତୁତ କୋଭିଡ୍ ଟିକା ନେବା ପରେ କେତେକ ୟୁରୋପୀୟ ଦେଶରେ ରକ୍ତ ଜମାଟ ବାନ୍ଧିବା ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଉଥିବାରୁ ଆସନ୍ତା ସପ୍ତାହରେ ଏହାର ସମୀକ୍ଷା କରିବା ଲାଗି ଭାରତ ନିଷ୍ପତ୍ତି ନେଇଛି। ଡେନ୍ମାର୍କ, ନରଓ୍ବେ, ଆଇସଲାଣ୍ଡ, ଥାଇଲାଣ୍ଡ ଆଦି ଅନେକ ଦେଶ ଅଷ୍ଟ୍ରାଜେନିକା ଟିକାଦାନ ବନ୍ଦ କରିଦେଇଛନ୍ତି। ସମୀକ୍ଷାରୁ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଜଣାପଡ଼ିଲେ ଉକ୍ତ ଟିକାକୁ ବନ୍ଦ କରାଯିବ ବୋଲି କୋଭିଡ୍-୧୯ ଜାତୀୟ ଟାସ୍କଫୋର୍ସ ସଦସ୍ୟ ଏନ୍.କେ. ଆରୋରା କହିଛନ୍ତି। ତେବେ ଭାରତରେ ଟିକାର ପ୍ରତିକୂଳ ପ୍ରଭାବ ଅତି ନଗଣ୍ୟ ହୋଇଥିବାରୁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି।