Advertisement

ଜମୁଛି ରଚନା-ସିଦ୍ଧାନ୍ତଙ୍କ ପ୍ରଚାର, ଦୁହେଁ ଦୁହିଁଙ୍କୁ ଜଣାଉଛନ୍ତି ଶୁଭେଚ୍ଛା

ଭୁବନେଶ୍ୱର,୧୧।୪: ରାଜନୀତି ମଇଦାନରେ ଦୁଇ ସିନେ ତାରକା ସିଦ୍ଧାନ୍ତ ଓ ରଚନା। ଓଲିଉଡ଼ର ଦୁଇ ସୁପରଷ୍ଟାର ଏବେ ମଇଦାନରେ ପ୍ରଚାର କରୁଛନ୍ତି। ଉଭୟେ ଉଭୟଙ୍କୁ ମନ ମଧ୍ୟ ପକାଉଛନ୍ତି। ସିଦ୍ଧାନ୍ତ ମହାପାତ୍ର ଏବେ ଦିଗପହଣ୍ଡିରୁ ଭାଜପା ପ୍ରାର୍ଥୀ ହୋଇଥିବାବେଳେ ରଚନା ବାନାର୍ଜୀ ଏବେ ହୁଗୁଳିିରୁ ଟିଏମସି ପ୍ରାର୍ଥୀ । ଦୁହେଁ ଧୁମଧାମ କଲେଣି ପ୍ରଚାର। ସିନେପ୍ରେମୀ ପୂର୍ବରୁ ସେମାନଙ୍କୁ ପରଦାରେ ଏକାଠି ଦେଖିଥିବାବେଳେ ଏବେ ପ୍ରଚାର ମଇଦାନରେ ଦେଖିବାକୁ ପାଇଛନ୍ତି।

ହୁଗୁଳି ଲୋକ ସଭା ନିର୍ବାଚନ ମଣ୍ଡଳୀରେ ଅଟୋରେ ବୁଲି ବୁଲି ପ୍ରଚାର କରୁଛନ୍ତି ରଚନା। ପ୍ରଚାର ସମୟରେ ପ୍ରବାସୀ ଓଡ଼ିଆଙ୍କ ସହ କଥା ହୋଇ ମନ କିଣୁଛନ୍ତି ରଚନା। ସେପଟେ ଦିଗପହଣ୍ଡିରେ ପ୍ରଚାର କରି ଲୋକଙ୍କ ହୃଦୟ ଜିଣିବାକୁ ଚେଷ୍ଟା କରିଛନ୍ତି ସିଦ୍ଧାନ୍ତ। ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର। ତେବେ ସୂର୍ଯ୍ୟ ନାରାୟଣଙ୍କୁ ନିଜ ଗୁରୁ ବୋଲି ମାନନ୍ତି ସିଦ୍ଧାନ୍ତ। ତେଣୁ ଦିଗପହଣ୍ଡିରେ ଏବେ ଅର୍ଜୁନ ଅଶ୍ବଥମା ଯୁଦ୍ଧ ଦେଖିବାକୁ ମିଳିବ ବୋଲି କୁହାଯାଉଛି ।

ରଚନାଙ୍କ ନୂଆ ଇନିଂସ ଅର୍ଥାତ ପ୍ରଥମ ଥର ରାଜନୀତି ମଇଦାନରେ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଥିବା ଖବର ଜାଣି ସିଦ୍ଧାନ୍ତ ଶୁଭେଚ୍ଛା ଜଣାଇଛନ୍ତି। ସେପଟେ ରଚନା ମଧ୍ୟ ସିଦ୍ଧାନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share